ଖସିଗଲେ ମୋହନ-ସୂର୍ଯ୍ୟବଂଶୀ !

ଖସିଗଲେ ମୋହନ-ସୂର୍ଯ୍ୟବଂଶୀ !

ନିଜେ ସମୀକ୍ଷା କଲେ ଓସିଏକୁ କାହିଁକି ଦୋଷ ଦେଲେ ? ମ୍ୟାଚ ପୂର୍ବରୁ ବାରମ୍ୱାର ବାରବାଟୀ ଷ୍ଟାଡିୟମ ଯାଇ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମୀକ୍ଷା କରିଥିଲେ ସୁଦ୍ଧା ଏତେ ବଡ ବିଭ୍ରାଟ କେମିତି ହୋଇଗଲା ? କାହିଁକି ଉତ୍ତରଦାୟୀ ନୁହଁନ୍ତି କ୍ରୀଡାମନ୍ତ୍ରୀ । ହଁ ଦର୍ଶକବନ୍ଧୁ ବାରବାଟୀ ଷ୍ଟାଡିୟମରେ ରବିବାର ଦିନ ଭାରତ-ଇଂଲଣ୍ଡ ମ୍ୟାଚ ଚାଲିଥିଲା । ମ୍ୟାଚ ସମୟରେ ହଠାତ ଫ୍ଲଡ ଲାଇଟରେ ସମସ୍ୟା ଦେଖାଯାଇଥିଲା ଏବଂ ଲାଇଟ କଟିଯାଇଥିଲା । ଯାହାଦ୍ୱାର ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ବିରକ୍ତି ପ୍ରକାଶ କରିଥିଲା । 25 ମିନିଟ ପରେ ମ୍ୟାଚ ଆରମ୍ଭ ହୋଇଥିଲେ ସୁଦ୍ଧା ମ୍ୟାଚ ମଝିରେ ଫ୍ଲଡ ଲାଇଟ କଟିବାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୈତିକ ବୟାନ ବାଜି ।

ଫ୍ଲଡଲାଇଟ କଟିବା ଘଟଣାରେ ଓସିଏକୁ ସୋକଜ ନୋଟିସ ଜାରି କରିଛି କ୍ରୀଡା ବିଭାଗ । 10 ଦିନ ଭିତରେ ଉତ୍ତର ଦେବାକୁ କାରଣ ଦର୍ଶାଅ ନୋଟିସ ଜାରି ହେବା ପରେ ତାତିଛି ବିରୋଧି ବିଜେଡି । କାହିଁକିନା ମ୍ୟାଚର ଠିକ ଗୋଟିଏ ଦିନ ପୂର୍ବରୁ ବିଜେପିର ମନ୍ତ୍ରୀମାନେ ବସି ପ୍ରାଟିସ ମ୍ୟାଚ ଦେଖୁଥିଲେ ଏବଂ ପୂର୍ବରୁ ବାରମ୍ୱାର କଟକ ବାରବାଟୀ ଯାଇମଧ୍ୟ.ସମୀକ୍ଷା କରିଥିଲେ କିନ୍ତୁ କାହିଁକି ଓସିଏକୁ ଜାରି ହେଲା ସୋ କଜ ନୋଟିସ । ନିଜେ ଭୁଲ କରି ଖସିଯିବାକୁ ବସିଛନ୍ତି କି ସରକାର । ଏଭଳି କିଛି ଅଭିଯୋଗ ଆଣିଛି ବିରୋଧି ବିଜେଡି ।

 ତେବେ ପ୍ରଶ୍ନ ଉଠୁଛି ଯଦି ମୁଖ୍ୟମନ୍ତ୍ରୀ ଓ କ୍ରୀଡାମନ୍ତ୍ରୀ ଉଭୟ ପ୍ରସ୍ତୁତି ସମୀକ୍ଷା କରିଥିଲେ ବର୍ତ୍ତମାନ କାହିଁକି ଓଡିଶା କ୍ରିକେଟ ଆସୋସିଏସନଙ୍କୁ ଦୋଷ ଦିଆଯାଉଛି । ବାରବାଟୀ ଷ୍ଟାଡିୟମରେ ଏଭଳି ଘଟଣା ପାଇଁ ଓଡିଶାର ଛବି ମଳିନ ହୋଇଛି ଯେଉଁଥିପାଇଁ ନୈତିକତା ଦୃଷ୍ଟିରୁ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଇସ୍ତଫା ଦାବି କରିଛି ବିରୋଧି ବିଜୁ ଜନତା । ଅନ୍ୟପଟେ ଆସନ୍ତା 13 ତାରିଖରୁ ବିଧାନସଭା ଅଧିବେଶନ ହେବାକୁ ଯାଉଛି ଏବଂ ଏହି ପ୍ରସଙ୍ଗକୁ ମୁଦ୍ଧା କରି ସରକାରଙ୍କୁ ଘେରିବାକୁ ସଜବାଜ ହେଲେଣି ଦୁଇ ବିରୋଧି କଂଗ୍ରେସ ଓ ବିଜେଡି । ତେବେ ବାରବାଟୀ ବିଭ୍ରାଟକୁ ନେଇ ତେଜିଥିବା ରାଜନୀତି ଆଗକୁ କେଉଁ ମୋଡ ନେଉଛି ଏବଂ କ୍ରୀଡାମନ୍ତ୍ରୀ ଏହି ଘଟଣାର ଉତ୍ତରଦାୟୀ ଆଗାମୀ ଦିନରେ କଣ ରଖୁଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *