ଖାଆନ୍ତୁ ଏହି ଜିନିଷ ଦିନକରେ ହୋଇଯିବେ ଗୋରା…

ଖାଆନ୍ତୁ ଏହି ଜିନିଷ ଦିନକରେ ହୋଇଯିବେ ଗୋରା…

ଆଜିକାଲିକା ବ୍ୟସ୍ତବହୁଳ ଦୁନିଆରେ ନିଜକୁ ଟିକିଏ ସମୟ ଦେବା ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର ହୋଇପଡିଛି । କିନ୍ତୁ ସୁସ୍ଥ ଶରୀର ଓ ଆରମଦାୟକ ଜୀବନଶୈଳୀ ସମସ୍ତଙ୍କର କାମ୍ୟ । ହେଲେ ଆମକୁ ସୁସ୍ଥ ରଖିବାକୁ ହେଲେ ଆମକୁ ଆମ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ପଡିପାରେ । ଯଦି ଆପଣ ନିଜ ଜୀବନଶୈଳୀରେ ପ୍ରତିଦିନ ଗୋଟିଏ ଅଳାଁ ସାମିଲ କରନ୍ତି ତେବେ ଆପଣଙ୍କର ପ୍ରତିରକ୍ଷା ପ୍ରଣାଳୀ କେବେ ବି ଦୁର୍ବଳ ହେବ ନାହିଁ । ଅଳାଁରେ ପ୍ରଚୁର ପରିମାଣରେ ଭିଟାମିନ ରହିଥାଏ । ତା ସାଙ୍ଗକୁ ଫାଇବର,ଆଣ୍ଟିଅକ୍ସାଇଡ,ଫସଫରସ,ଆଇରନ କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ମଧ୍ୟ ମିଳିଥାଏ । କେବଳ ସେତିକି ନୁହେଁ ପ୍ରତିଦିନ ଗୋଟିଏ ଅଳାଁ ସେବନ କରିବା ଦ୍ୱାରା ଚର୍ମ ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇପାରେ । ସାଧାରଣତଃ ଝିଅମାନଙ୍କ କ୍ଷେତ୍ରରେ କେଶ ଓ ମୁହଁରେ ବ୍ରଣ ହେବା ସମସ୍ୟା ଅଧିକାଂଶ ଦେଖାଯାଇଥାଏ ତାହା ପାଇଁ ମଧ୍ୟ ଅଳାଁ ମହାଷୌଧି ପରି କାର୍ଯ୍ୟ କରେ । ଅଳାଁ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିବା ସହିତ ମୁହଁରେ ଚମକ ଆସିଥାଏ । ପରିସ୍ରା ସଂକ୍ରମଣକୁ ରୋକିବା ପାଇଁ ମଧ୍ୟ ଅଳାଁ ସେବନ କରାଯାଏ । ଏହା ପରିସ୍ରା ପରିମାଣକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ବଦହଜମି ସମସ୍ୟା ମଧ୍ୟ ଦୂର ହୋଇଥାଏ । ଖାଲି ପେଟରେ ଅଳାଁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ । ତେବେ ଥଣ୍ଡା କାଶ ସମୟରେ ଅଳାଁ ଖାଇବା ଉଚିତ ନୁହେଁ କାରଣ ଏହାର ଗୁଣ ଥଣ୍ଡା ହୋଇଥାଏ । ଯେଉଁଥିପାଇଁ ଏହା ଶରୀରର ତାପମାତ୍ରାକୁ ଖରାପ କରିଥାଏ । ତେବେ ଅଳାଁ ଆମ ଶରୀର ପାଇଁ ଅନେକ ଉପଯୋଗୀ ହୋଇଥିବା ବେଳେ ଶରୀର ପାଇଁ ଅନେକ ସମୟରେ ଏହା କ୍ଷତିକାରକ ହୋଇଥାଏ । ତେବେ ଡାକ୍ତରଙ୍କ ପରାମର୍ଶ ବିନା ଏହାକୁ ଖାଇବା ଅନୁଚିତ ଅଟେ ।

author

Related Articles

Leave a Reply

Your email address will not be published. Required fields are marked *