ଖାନ୍ ସାରଙ୍କ ମାଷ୍ଟରପ୍ଲାନ ବର୍ବାଦ ହୋଇଗଲା ପାକିସ୍ତାନ

ଖାନ୍ ସାରଙ୍କ ମାଷ୍ଟରପ୍ଲାନ ବର୍ବାଦ ହୋଇଗଲା ପାକିସ୍ତାନ

ନାକରେ କାନ୍ଦୁଛି ଶତ୍ରୁଦେଶ ପାକିସ୍ତାନ
ମୋଦିଙ୍କ ପରେ ଖାନ୍ ସାର କଲେଣି ପ୍ଲାନ
ବର୍ବାଦ ହୋଇଯିବ ପାକିସ୍ତାନ

ହଁ ଦର୍ଶକବନ୍ଧୁ ପହଗମାରେ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ପାକ୍ କୁ ମହଙ୍ଗା ପଡିଛି । ଏପ୍ରିଲ 22 ମଙ୍ଗଳବାର ଭାରତର ଭୂସ୍ୱର୍ଗରେ ରକ୍ତର ହୋଲି ଖେଳିଥିଲା ପାକିସ୍ତାନ । ଆତଙ୍କବାଦୀଙ୍କ ଗୁଳିରେ ଟଳିପଡିଥିଲେ 26ଜଣ ନିରୀହ ପର୍ଯ୍ୟଟକ । ଯାହାର ପ୍ରତିଶୋଧ ନେବା ପାଇଁ ଭାରତ ନିଜର ଗୋଟିଏ ପରେ ଗୋଟିଏ ମାଷ୍ଟରପ୍ଲାନ ଆରମ୍ଭ କରିଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅଧକ୍ଷତାରେ ଘନ ଘନ ବୈଠକ ବସୁଛି । ପ୍ରଥମେ ସିନ୍ଧୁ ଜଳ ଚୁକ୍ତିକୁ ରଦ୍ଦ କରିଦିଆଯିବା ପରେ କୌଣସି ମୁହୁର୍ତ୍ତରେ ଭାରତ ଏୟାରଷ୍ଟ୍ରାଇକ କରିପାରେ ବୋଲି ମଧ୍ୟ କୁହାଯାଉଛି । ପାକିସ୍ତାନର ଅଭିନେତା ଓ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତର ବ୍ୟାନ କରାଯାଇଛି । ତେବେ ଏସବୁ ଭିତରେ ପାକିସ୍ତାନକୁ ବର୍ବାଦ କରିବା ପାଇଁ ଖାନ ସାର କରିଛନ୍ତି ମାଷ୍ଟର ପ୍ଲାନ ।

ପହଲଗାମରେ ଆତଙ୍କବାଦୀମାନେ ବର୍ବର କାଣ୍ଡ ଘଟାଇବା ପରେ ଏମାନଙ୍କ ବିରୁଦ୍ଧରେ କଡ୍ଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଗଲାଣି । କୂଟନୈତିକ ସ୍ତରରେ ଭାରତ ପାକିସ୍ତାନ ଉପରେ ଚାପ ପକାଉଛି । ତେବେ ପାକିସ୍ତାନକୁ ହାତରେ ନମାରି ଭାତରେ ମାରିବା ପାଇଁ ଖାନ୍ ସାର ଯେଉଁ ମାଷ୍ଟରପ୍ଲାନ କରିଛନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଖାନ ସାର କହିଛନ୍ତି କି କେବଳ ସିନ୍ଧୁ ଜଶ ଚୁକ୍ତି ରଦ୍ଧ କି ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନ ସାବାଡ ହେବନାହିଁ । ଭାରତ ପାକିସ୍ତାନକୁ ନାଭାଲ ବ୍ଲକେଜ କରିବା ଦରକାର ପାକିସ୍ତାନ ପାଖରେ କେବଳ ନଅଦିନର ପେଟ୍ରୋଲ ଭଣ୍ଡାର ରହିଛି ନାଭାଲ ବ୍ଲକେଜ ଦ୍ୱାରା ପାକିସ୍ତାନର ପେଟ୍ରୋଲିୟମ ଶେଷ ହୋଇଯିବ ଯାହାଦ୍ୱାରା ପାକିସ୍ତାନକୁ ଇନ୍ଧନ ମଧ୍ୟ ମିଳିବ ନାହିଁ । କରାଚୀରେ ନାଭାଲ ବ୍ଲକେଜ ଦ୍ୱାରା ପାକିସ୍ତାନକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିବ । କାରଣ ଏହାଠାରେ ପାକିସ୍ତାନ 90 ପ୍ରତିଶତ କାରବାର ହୋଇଥାଏ । ତେବେ ଏଥର ମଧ୍ୟ ଭାରତକୁ ପାକିସ୍ତାନକୁ ମାଟିରେ ମିଶାଇବାକୁ ହେଲେ ଏଭଳି କିଛି ରଣନୀତିକୁ ଆପଣାଇବାକୁ ପଡିବ । ଛୋଟ ସର୍ଜିକାଲ ଷ୍ଟ୍ରାଇକ ପାକିସ୍ତାନକୁ ମାଟିରେ ମିଶାଇବା ପାଇଁ ସହଜ ନୁହେଁ । ଭାରତ ଏପରି କିଛି କରିବା ଦରକାର ଯାହାଦ୍ୱାରା ପାକିସ୍ତାନ 50 ବର୍ଷ ତଳକୁ ଫେରିଯିବ ଆଉ ଭାରତ ଉପରେ ଆତଙ୍କବାଦୀ ହମଲା କରିବାକୁ ପଛେଇବ ନାହିଁ ବୋଲି କହିଛନ୍ତି ଖାନ ସାର୍ ।

author

Related Articles

Leave a Reply

Your email address will not be published. Required fields are marked *