ଖାଲି ଖାଲି ମୋହନଙ୍କ ଅଫିସ ଗୋଇଠା ମାରିଲେଣି ଲୋକେ !

ଖାଲି ଖାଲି ମୋହନଙ୍କ ଅଫିସ ଗୋଇଠା ମାରିଲେଣି ଲୋକେ !

ନିଜ ଯୋଜନା ପାଇଁ ନିଜେ ବଦନାମ ହେଉଛି କି ବିଜେପି ସରକାର ? କାହିଁକି ଜନତାଙ୍କ ପ୍ରିୟ ହୋଇପାରୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ? 11 ମାସ ସରକାରରେ କିଛି ହୋଇନାହିଁ । ଏପରି କାହିଁକି କହୁଛନ୍ତି ଜନତା । ମହିଳାଙ୍କୁ ସ୍ୱାବଲମ୍ୱୀ କରିବା ଦିଗରେ ସରକାର ପ୍ରତି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ପ୍ରତି ଛଅମାସକୁ ଥରେ ପାଞ୍ଚହଜାର ଟଙ୍କା ପ୍ରଦାନ କରୁଛନ୍ତି,ଆୟୁଷ୍ମାନ କାର୍ଡ ମିଳିଲା ଉତ୍କର୍ଷ ଓଡିଶା ସମ୍ମିଳନୀରେ ଓଡିଶାକୁ 17ଲକ୍ଷ କୋଟି ଟଙ୍କାର ଇନଭେଷ୍ଟମେଣ୍ଟ ଆସିବ ବୋଲି ପ୍ରତିଶ୍ରୁତି ମିଳିଲା । ବିକଶିତ ଓଡିଶା ଗଠନ ନିମନ୍ତେ ପ୍ରତିଦିନ ସରକାର ଦିଲ୍ଲୀ ଯାଉଛନ୍ତି ବୈଠକ କରୁଛନ୍ତି । କିନ୍ତୁ ସବୁ ପରେ ବି ଓଡିଶାର ସାଧାରଣ ଜନତାଙ୍କ ମୁହଁରେ ଗୋଟିଏ କଥା ମୋହନ ସରକାର କିଛି କରୁନାହାନ୍ତି ।

ଭତ୍ତା ବାଣ୍ଟିଲେ,ଆୟୁଷ୍ମାନ କାର୍ଡ ବାଣ୍ଟିଲେ ସୁଭଦ୍ରା ଯୋଜନାରେ ଛଅମାସକୁ 5 ହଜାର ଦେଲେ । ନିର୍ବାଚନରେ ସମୟରେ ଗୋଟେ କଥା କହିଲେ ନିର୍ବାଚନ ପରେ ଆଉ ଗୋଟେ କଥା କଲେ ଯାହା ଏବେ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ବଢାଇଛି । କାହିଁକିନା ନୂଆ ସରକାରଙ୍କ ନୂଆ ଯୋଜନାରେ ନା କୌଣସି ସ୍ୱଚ୍ଛତା ରହୁଛି ନା ସାଧାରଣ ଲୋକେ ଠିକ୍ ଭାବେ ଏହାର ଉପଯୋଗ କରିପାରୁଛନ୍ତି । ଆୟୁଷ୍ମାନ କାର୍ଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ବାହାପିଆ କଥା କହୁଥିଲେ କିନ୍ତୁ ସେହି କାର୍ଡ ଏବେ ଲୋକଙ୍କ ଜୀବନ ନେଉଛି । ଖାଲି ସେତିକି ନୁହେଁ 3000 ଭତ୍ତା ଦେବେ କହି 80 ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧଙ୍କୁ 3000 ଟଙ୍କା ଭତ୍ତା ଦେଲେ । ଯାହାକୁ ନେଇ ମୋହନ ସରକାରଙ୍କୁ ତୀବ୍ର ବିରୋଧ ମଧ୍ୟ କରାଗଲା । ସାଧାରଣରେ ଉଠୁଥିବା ପ୍ରଶ୍ନ ସତ ହେବାରେ ଲାଗୁଛି ।

24 ବର୍ଷ ପରେ କ୍ଷମତାରୁ ହଟିଛି ନବୀନଙ୍କ ସରକାର । 24 ବର୍ଷର ବିଜେଡି ସରକାରର ଦୁର୍ନୀତିକୁ ଗଣ୍ଠି କରି ବସିଛି କିନ୍ତୁ ଏପଟେ ବିଜେପି 11 ମାସରେ ବିଫଳ ହୋଇଛି । କଥା ଦେଇ କଥା ରଖିବାର ଆହ୍ୱାନ ଦେଉଥିବା ବିଜେପି କଥା ଦେଇ ଧୋକା ଦେଇଛି ବୋଲି ଲୋକେ କହିଲେଣି । ତେବେ ଏସବୁ ଦ୍ୱନ୍ଦ୍ୱ ଭିତରେ ମୋହନ ସରକାରକୁ ବର୍ଷେ ପୂର୍ଣ୍ଣ ହେବାକୁ ଯାଉଛି । ଆଉ ଏହି ବର୍ଷେ ମଧ୍ୟରେ ସରକାରଙ୍କୁ ଲୋକେ 100ରୁ କେତେ ମାର୍କ ଦେଉଛନ୍ତି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *