ଖାଲି ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାର

ଖାଲି ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାର

ଖାଲି ହେବ ମହାପ୍ରଭୁଙ୍କ ରତ୍ନଭଣ୍ଡାର । ରତ୍ନଭଣ୍ଡାରରୁ ବାକ୍ସ, ଆଲମିରା ସ୍ଥାନାନ୍ତର ପାଇଁ ମିଳିଛି ସରକାରୀ ଅନୁମତି । ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି , ମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛିା ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ ଜିପିଆରଏସ୍ ସର୍ଭେ ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରାଯିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଶ୍ରୀମନ୍ଦିର ଭକ୍ତଙ୍କ ଗହଳି ଓ ଭିଡ଼ ନିୟନ୍ତ୍ରଣ ପାଇଁ ଲଗାଯିବ ଏ.ଆଇ କ୍ୟାମେରା। ଏହାଦ୍ୱାରା ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ ହେବ। ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର‌୍ୟ୍ୟକ୍ରମରେ ଯୋଗଦେବା ଅବସରରେ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

author

Related Articles

Leave a Reply

Your email address will not be published. Required fields are marked *