ଖୁବଶୀଘ୍ର ଟ୍ରାକରେ ଗଡିବ ଅମୃତ ଭାରତ ଟ୍ରେନ

ଖୁବଶୀଘ୍ର ଟ୍ରାକରେ ଗଡିବ ଅମୃତ ଭାରତ ଟ୍ରେନ

ବନ୍ଦେ ଭାରତ ପରେ ଏବେ ଟ୍ରାକରେ ଗଡିବ ଅମୃତ ଭାରତ ଟ୍ରେନ । ଖୁବଶୀଘ୍ର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବନ୍ଦେ ଭାରତ ଟ୍ରେନର ସଫଳତା ପରେ ଟେକନୋଲୋଜିକୁ ଆପଣେଇ ଏଭଳି କିଛି ପଦକ୍ଷେପ ନିଆଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ପୁଶ ପୁଲ ଟେକ୍ନୋଲୋଜିରେ ନିର୍ମିତଏହି ସ୍ୱଦେଶୀ ଟ୍ରେନ ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ କରିଯିବ । ଏହ ଟେକ୍ନୋଲୋଜି ଫଳରେ ଟ୍ରେନଟି ଖୁବ ସମୟ ମଧ୍ୟରେ ପିକ୍ ଅଫ ଓ ବ୍ରେକ କରିପାରିବ । ଅର୍ଥାତ ଏହା ଶୀଘ୍ର ସ୍ପିଡ୍ ବଢାଇବା ସହ କମାଇ ମଧ୍ୟ ପାରିବ । ଏହି ଟ୍ରେନ ଷ୍ଟାର୍ଟ ଓ ବ୍ରେକ ବେଳେ ଯାତ୍ରୀଙ୍କୁ ଝଟକା ଲାଗିବନି । ଏହା ଏହା ଏକ ନନ ଏସି ଟ୍ରେନ ହୋଇଥିବା ବେଳେ ଏଥିରେ ଦିବ୍ୟାଙ୍ଗମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ ।

author

Related Articles

Leave a Reply

Your email address will not be published. Required fields are marked *