ମାଗଣାରେ ୫ଜି ଇଣ୍ଟରନେଟ୍ ସେବାର ମଜା ଉଠାଉଥିବା ୟୁଜର୍ସଙ୍କ ପାଇଁ ଏକ ଗୁରୁତ୍ୱପୂଣ୍ଣ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ମାଗଣା ୫ଜି ସେବାର ଯୁଗ ଶେଷ ହେବାକୁ ଯାଉଛି । ବର୍ତମାନ ଦେଶରେ ୫ଜି ସେବା ଯୋଗାଉଥିବା ଦୁଇଟି ଟେଲିକମ୍ କମ୍ପାନୀ ଜିଓ ଏବଂ ଏୟାରଟେଲ୍ ୫ଜି ଇଂଟରନେଟ୍ ଉପରେ ଲଗାଇବାକୁ ଯାଉଛନ୍ତି ଅତିରିକ୍ତ ଚାର୍ଜ । ସୂଚନା ମୁତାବକ, ଜିଓ ଏବଂ ଏୟାରଟେଲ୍ କମ୍ପାନୀ ଚଳିତ ବର୍ଷର ଜୁନ୍ ମାସ ବେଳକୁ ୫ଜି ସେବା ଉପରେ ଅତିରିକ୍ତ ଚାର୍ଜ ବସାଇବାକୁ ଯାଉଛନ୍ତି । ଏଥିସହିତ ମୋବାଇଲ୍ ଟାରିଫ୍ ପ୍ଲାନରେ ମଧ୍ୟ ୫ରୁ ୧୦ ପ୍ରତିଶତ ବୃଦ୍ଧି ଘଟିପାରେ ବୋଲି ସୂଚନା ମିଳିଛି ।ଟେଲିକମ୍ ବିଶେଷଜ୍ଞଙ୍କ କହିବା ମୁତାବକ, ୨୦୨୪ ସେପ୍ଟେମ୍ବର ମାସ ବେଳକୁ ଦୁଇଟି ଯାକ ଟେଲିକମ୍ କମ୍ପାନୀ ନିଜର ଟାରିଫରେ ୨୦ ପ୍ରତିଶତ ବୃଦ୍ଧି କରିପାରନ୍ତି । ୫ଜିରେ ନିବେଶ କରିଥିବା ଟଙ୍କାକୁ ଏହି ଉପାୟରେ ଗ୍ରାହକଙ୍କଠାରୁ ଅସୁଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ଦୁଇଟି ଯାକ କମ୍ପାନୀ । ଯେହେତୁ ଅନ୍ୟ ଦୁଇଟି ଟେଲିକମ୍ କମ୍ପାନୀ ଯଥା, ଭୋଡାଫୋନ୍-ଆଇଡିଆ ଏବଂ ବିଏସଏନଏଲ ୫ଜି ସେବା ଆରମ୍ଭ କରିନାହାଁନ୍ତି । ତେଣୁ ୫ଜି ସେବା ଉପରେ ଅତିରିକ୍ତ ଚାର୍ଜ ବସାଇଲେ ବି ଲୋକମାନେ ଏହାକୁ ବ୍ୟବହାର କରିବେ ବୋଲି ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।ଜିଓ ଏବଂ ଏୟାରଟେଲ ପାଖରେ ପାଖାପାଖି ୧୨୫ ମିଲିୟନ୍ ୫ଜି ଉପଭୋକ୍ତା ରହିଛନ୍ତି । ୨୦୨୪ ଶେଷ ବେଳକୁ ଏହି ସଂଖ୍ୟା ୨୦୦ ମିଲିୟନ୍ ଛୁଇଁବ ବୋଲି କୁହାଯାଉଛି ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025