ମୁକୁଳା ପଡିଛି ମହାପ୍ରଭୁଙ୍କ ରତ୍ନଅଳଙ୍କାର । କିନ୍ତୁ ଏଯାଏଁ ସରିନି ରତ୍ନଭଣ୍ଡାରର ମରାମତି । ଯାହାକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବା ସହ ଏବେ ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ଆସନ୍ତା ଜାନୁଆରୀ ମାସ ଶେଷ ସୁଦ୍ଧା ରତ୍ନଭଣ୍ଡାର ଗଣତି ମଣତି ଶେଷ ହେବା ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ରତ୍ନଭଣ୍ଡାର ମରାମତି ସହ ଗଣତି ମଣତି ଶେଷ ହେବ । ତେବେ ବହୁ ବାଦ ବିବାଦ ପରେ ଗତ ଜୁଲାଇ ମାସରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଖୋଲା ଯାଇଥିଲା । ସମସ୍ତ ଅଳଙ୍କାର ରତ୍ନଭଣ୍ଡାରରୁ କାଢି ନିଆଯାଇ ସିନ୍ଧୁକରେ ରଖାଯାଇ ଏକ ଅସ୍ଥାୟୀ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଏଯାଏଁ ରତ୍ନଭଣ୍ଡାରର ମରାମତି କାମ ସରିନଥିବାରୁ ରତ୍ନଅଳଙ୍କାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି । ଏବଂ ଏହାକୁ ଦୃଷ୍ଟିରେ ରଖି ଜାନୁଆରୀ ସୁଦ୍ଧା ରତ୍ନଭଣ୍ଡାର ମରାମତି ସରିବ ବୋଲି ସୂଚନା ମିଳିଛି ।

You can share this post!
author