ଖୁସି ଖବର ଦେଲେ ରୋହିତ୍ ଶର୍ମା

ଖୁସି ଖବର ଦେଲେ ରୋହିତ୍ ଶର୍ମା

ଆସନ୍ତା ଜୁନ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାସମର ଟି ୨୦ ବିଶ୍ୱକପ୍ । ଆଉ ଏଥିପାଇଁ ୧୫ ଜଣିଆ ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ । ଆଉ ଏହି ଘୋଷଣା କରାଯାଇଥିବା ଟିମରେ ରୋହିତ ଶର୍ମାଙ୍କ ପାଇଁ ଏକ ଖୁସି ଖବର ରହିଛି । ପୁଣି ଥରେ ସେ ବିଶ୍ୱକପରେ ଅଧିନାୟକ ପଦ ଗ୍ରହଣ କରିବେ ବୋଲି ସୂଚନା ମିଳିଛି । ଯାହାକୁ ନେଇ ରୋହିତଙ୍କ ଫ୍ୟାନ୍ସମାନେ ବେଶ ଖୁସି ଅଛନ୍ତି । କାରଣ ରୋହିତଙ୍କ ଠାରୁ ମୁମ୍ବାଇ ଇଣ୍ଡିଆନସର ଅଧିନାୟକ ପଦ ଛଡାଇ ନେବା ପରେ ଟି ୨୦ ବିଶ୍ୱକପରେ ବି ସେ ଅଧିନାୟକ ରହିବେନି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ପୁଣି ଥରେ ବିସିସିଆଇ ରୋହିତଙ୍କୁ ଅଧିନାୟକ ପଦ ତୁଲାଇବା ପାଇଁ ସୁଯୋଗ ଦେଇଛି । ସେହିପରି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ସାଜିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକର ସ୍ଥାନ ମିଳିଛି । ତେବେ ଏହି ଟିମରେ ରୋହିତ , ହାର୍ଦ୍ଦିକଙ୍କ ସମେତ ବିରାଟ କୋହଲି, ଯଶସ୍ୱୀ ଜୟସ୍ୱାଲ, ସୂଯ୍ୟକୁମାର ଯାଦବ, ଋଷଭ ପନ୍ଥ, ସଞ୍ଜୁ ସାମସନ, ସିଭମ ଦୁବେ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଅକ୍ଷର ପଟେଲ , ୟଜୁବେନ୍ଦ୍ର ଚହଳ, ଅର୍ଶଦୀପ ସିଂହ , ଜଶପ୍ରୀତ ବୁମ୍ରା ଏବଂ ମହମ୍ମ ସିରାଜଙ୍କୁ ସୁଯୋଗ ମିଳିଛି । କିନ୍ତୁ ମହମ୍ମଦ ସାମି, କେଏଲ ରାହୁଲ ଏଥିରୁ ବାଦ ପଡିଛନ୍ତି । ସେହିଭଳି ଶୁଭମନ୍ ଗିଲଙ୍କୁ ମଧ୍ୟ ଏଥିରେ ଷ୍ଟାଣ୍ଡବାଏ ଖେଳାଳି ଭାବେ ସ୍ଥାନିତ କରାଯାଇଛି । ତେବେ କ୍ରିକେଟର ଏହି ମହାସମର ଦୀର୍ଘ ୨୯ ଦିନ ଧରି ଚାଲିବ ବୋଲି ସୂଚନା ମିଳିଥିବା ବେଳେ ଏହା ଆମେରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ବୋଲି ସୂଚନା ରହିଛି । ତେବେ ଦେଖାଯାଉ ଏହି ମହାସମରରେ ବିଜୟ ମୁକୁଟ କିଏ ପିନ୍ଧୁଛି ଏବଂ ଇଣ୍ଡିଆ ପୁଣି ଥରେ ତା ନାଁ ଟି ୨୦ ବିଶ୍ୱକପରେ ଲେଖିପାରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।

author

Related Articles

Leave a Reply

Your email address will not be published. Required fields are marked *