ଖୋଜୁଥିଲେ ବାଘ ବାହାରିଲା ବଣଭୂଆ…

ଖୋଜୁଥିଲେ ବାଘ ବାହାରିଲା ବଣଭୂଆ…

ରାଜଧାନୀ ଭୁବନେଶ୍ୱର ବିମାନବନ୍ଦରରେ ବାଘ ଆତଙ୍କ । ବିମାନ ବନ୍ଦର ଡମ୍ପିଂୟାର୍ଡ ପରିସରରେ ଏକ କଲରାପତରିଆ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା । ବନ ବିଭାଗ କର୍ମଚାରୀ ଦିନ ସାରା ସଂପୃକ୍ତ ଅଞ୍ଚଳରେ ଛାନ୍‌ଭିନ୍‌ କରିଥିଲେ । ଏହି ଖବର ପ୍ରସାରଣ ହେବା ପରେ ରାଜଧାନୀରେ ଆତଙ୍କ ଖେଳିଯିବା ପରେ ତପ୍ତର ହୋଇଉଠିଥିଲା ବନ ବିଭାଗ । କିନ୍ତୁ ଶେଷରେ ବାଘ ନୁହେଁ ତାହା ବଣଭୂଆ ବୋଲି ଜଣାପଡିଥିବା ଖବର ଆସିଛି । ବିଳମ୍ୱିତ ରାତ୍ରିରେ ତାହା ବାଘ ନୁହେଁ ବଣଭୂଆ ବୋଲି ସ୍ପଷ୍ଟ କରାଯାଇଛି । ଏହାର ଉଚ୍ଚତା ଦେଢ ଫୁଟ ଓ ତିନି ଫୁଟ ଲମ୍ବା ବୋଲି ଅନୁମାନ କରାଯାଉଛି । ବାଘକୁ ଧରିବା ପାଇଁ ବନବିଭାଗ ତାର ଉଦ୍ୟମ ଜାରି କରିଥିଲା । ଜନ୍ତାରେ କୁକୁଡା ବାନ୍ଧି କଲରାପତରିଆ ବାଘକୁ ଧରିବା ପାଇଁ ବନବିଭାଗ ଉଦ୍ୟମ କରିଥିଲା । ଜାଲ ବସାଇ ଉପରେ ଲୋକ ବସିରହିଥିଲେ । ଜନ୍ତା ପାଖରେ କ୍ୟାମେରା ମଧ୍ୟ ସଂଯୋଗ କରାଯାଇଥିଲା । ତେବେ ଜନ୍ତା ମଧ୍ୟରେ କୌଣସି ବାଘ ନୁହଁ ବଣଭୂଆ ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଥିଲା ।

author

Related Articles

Leave a Reply

Your email address will not be published. Required fields are marked *