ମାଷ୍ଟରକ୍ୟାଣ୍ଟିନରେ ମାତିଛନ୍ତି ଡକାୟତି ଗ୍ୟାଙ୍ଗ୍ । ଏଥିରେ ଥିବା ଲେଡି ଡନ୍ ମୁସ୍କାନର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ଡ୍ୟାନ୍ସ ବାରକୁ ଯାଉଥିବା ବଡ଼ବଡ଼ିଆଙ୍କୁ ଟାର୍ଗେଟ କରୁଥିଲା ଏବଂ ନିଜ ରୂପରେ ଫସାଉଥିଲା । ମୁସ୍କାନ ଓରଫ ସରିଫା ଖାତୁନର ବୟସ 22 ବର୍ଷ । ରାଜଧାନୀରେ ଥିବା ଏକାଧିକ ଡ୍ୟାନ୍ସ ବାରରେ ନାଚୁଥିଲା । ଜାଲ ବିଛାଇ ବଡ ବଡ ଲୋକମାନଙ୍କୁ ଫସାଉଥିଲା ଏବଂ ତାଙ୍କଠାରୁ ଟଙ୍କା ଆଦାୟ କରୁଥିଲା । କେବଳ ଭୁବନେଶ୍ୱର ନୁହେଁ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ କେତେକ ଧନୀ ବ୍ୟବସାୟୀ ଏବଂ ଧନୀ ଶ୍ରେଣୀର ଯୁବକଙ୍କୁ ଜାଲରେ ଫସାଇ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିଲା । କିନ୍ତୁ ଗତ କିଛିମାସ ହେବ ମୁସ୍କାନ ପାଇଁ ଡ୍ୟାନ୍ସବାର ବନ୍ଦ ହୋଇଯିବା ହେତୁ ସେ ତାର ଚାଲରେ ଚୋରି ଆରମ୍ଭ କରିଦେଇଥିଲା ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ବରଗଡ ପୋଲିସକୁ ବଡ ସଫଳତା..
- June 3, 2025