ଖୋଲିଲା ବିଶ୍ୱର ସବୁୁଠୁ ଲମ୍ବା ଟନେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହି ବାଇ-ଲେନ୍ ସେଲା ଟନେଲ ଉଦଘାଟନ କରିଛନ୍ତି । ଅରୁଣାଚଳ ପ୍ରଦେଶ ଇଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଏହି ଟନେଲର ଉଦଘାଟନ କରିଛନ୍ତି । ସେଲା ଟନେଲ ସମୁଦ୍ର ପତନରୁ ୧୩ ହଜାର ଫୁଟ ଉପରେ ନିର୍ମାଣ ହୋଇଛି। ଏହା ଦ୍ୱାରା ଚୀନ ସୀମା ତାୱାଙ୍ଗକୁ ଅତି ସହଜରେ ପହଞ୍ଚି ହେବ। ଏଲଏସିର ଅତି ନିକଟକୁ ଯିବା ଆସିବା ସହଜ ହେବ। ଏହି ଟନେଲ ଅରୁଣାଚଳ ପ୍ରଦେଶର ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବୁଷ୍ଟର ଭଳି କାମ ଦେବ। ଏଥିସହ ଭାରତୀୟ ସେନା ପାଇଁ ମଧ୍ୟ ଏହି ଟନେଲ ବେଶ ସହାୟକ ହେବ।

You can share this post!
author