ଖୋଲୁଛି ଗୋଟିଏ ପରେ ଗୋଟିଏ ମଦ ବ୍ୟବସାୟୀଙ୍କ ଗୁମର

କଂଗ୍ରେସ ରାଜ୍ୟସଭା ସଂସାଦ ଧୀରଜ ସାହୁଙ୍କ କଳାକାର୍ନାମାର ପର୍ଦ୍ଦାଫାସ ହେବା ପରେ ଏବେ ଆଉ ଏକ ମଦ କମ୍ପାନୀ ଉପରେ ଆୟକର ବିଭାଗର ରେଡ । ଗତକାଲିଠୁ ଢେଙ୍କାନାଳରେ ଥିବା ମଲ୍ଟିଏୟାର ଆଣ୍ଡ ଲିମୋନେଡ କମ୍ପାନୀରେ ରେଡ କରୁଛି ଆୟକର ବିଭାଗ । ଟିକସ ଫାଙ୍କିଥିବା ଅଭିଯୋଗରେ ଆୟକର ବିଭାଗର ଦୁଇଟି ଟିମ ରେଡ଼ କରୁଛନ୍ତି । ୨୦୧୨ ମସିହା ମେ ମାସରୁ ଆଲକହଲ ଓ ନନ୍ ଆଲକହଲ ପାନୀୟ ପ୍ରସ୍ତୁତ କାର୍ଯ୍ୟ କରି ଆସୁଛି ଏହି କମ୍ପାନୀ । ତେବେ ସମ୍ପୃକ୍ତ ବେସରକାରୀ କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ଏ ନେଇ ଆୟକର ବିଭାଗ ପକ୍ଷରୁ ରେଡ଼ ହୋଇଛି ।

author

Related Articles

Leave a Reply

Your email address will not be published. Required fields are marked *