ଚାଷୀକୁଳ ସବୁ ପରିସ୍ଥିତିକୁ ସାମ୍ନା କରି ଅଧିକ ଖର୍ଚ୍ଚାନ୍ତ ହୋଇ ଧାନ ଅମଳ କରିବାକୁ ସକ୍ଷମ ହୋଇଛନ୍ତି । ଏତିକିବେଳେ ହାବୁଡିଛନ୍ତି ଆନ୍ଧ୍ର ଦଲାଲ। ମଣ୍ଡି ଖୋଲୁ ନଥିବାରୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଅଞ୍ଚଳର ଚାଷୀ ଏବେ ଧାନ ଆନ୍ଧ୍ର ଦଲାଲ୍ ହାତରେ ଟେକି ଦେଉଛନ୍ତି। ଧାନ ବସ୍ତା ପିଛା ୧୫୫୦ ଟଙ୍କାରେ ବାଧ୍ୟ ହୋଇ ବିକ୍ରି କରୁଛନ୍ତି ଚାଷୀ। ଚାଷୀଙ୍କୁ ଭେଟି ଉତ୍ପାଦିତ ଧାନକୁ ତରବରିଆ ଭାବେ ଉଠାଇନେବା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ଦଲାଲ୍ । ଫଳରେ ଧାନର ଅଭାବୀ ବିକ୍ରି ଜଳଜଳ ଦିଶିଲାଣି | ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ବୋନସ ସହିତ ୩୧୦୦ ଟଙ୍କା ସ୍ଥିର କରିଥିବା ବେଳେ ବେଗୁନିଆପଡ଼ା ଅଞ୍ଚଳର ଚାଷୀ ଏବେ କୌଣସି ଉପାୟ ନପାଇ ଦଲାଲ୍ କୁ ୧୫୦୦ ଟଙ୍କାରେ ବିକ୍ରି କରୁଛନ୍ତି। ଅମଳ ଧାନକୁ ଭଲ ଦରରେ ବିକ୍ରି କରି ସାହୁକାର ଋଣ ସୁଝିବାକୁ ଚାଷୀ ବସିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ପଞ୍ଚାୟତରେ ଧାନ ମଣ୍ଡି ଖୋଲି ନାହିଁ । ଚାଷୀକୁଳ ଗୁଜୁରାଣ ମେଣ୍ଟାଇବାକୁ ବିଭିନ୍ନ ଉପାୟରେ ଦଲାଲଙ୍କ ସମ୍ପର୍କରେ ଆସିଛନ୍ତି। ଶୁକ୍ରବାର ଗଞ୍ଜାମ ଜିଲ୍ଲାରେ ଧାନ ମଣ୍ଡି ଖୋଲିବାକୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଥିଲେ। ତେବେ ବେଗୁନିଆପଡ଼ା ବ୍ଲକରେ ଏଯାବତ କୌଣସି ସ୍ଥାନରେ ଧାନ ମଣ୍ଡି ନଖୋଲିବା ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025