ଗଂଜେଇ କାରବାରରେ ଟ୍ରକ ସହ ଆନ୍ତରାଜ୍ୟ ମାଫିଆ ଗିରଫ | ମନମୁଣ୍ଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଏକ ଟ୍ରକରୁ ବିପୁଳ ପରିମାଣର ଗଂଜେଇ ଜବତ କରିବା ସହ ଦୁଇ ମାଫିଆକୁ ଗିରଫ କରିଛି ପୋଲିସ | ସୂଚନା ଅନୁସାରେ ମନମୁଣ୍ଡା ପୋଲିସ ପକ୍ଷରୁ କଣ୍ଟାମାଳ ମନମୁଣ୍ଡା ରାଜ୍ୟରାଜପଥ ନଂ ୪୧ର ପଳସା ଗୋରା ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ | ଏକ ଟ୍ରକକୁ ତଲାସୀ କରିବାରୁ ସେଥିରୁ ୧ କ୍ୱିଣ୍ଟାଲ ୪୦ କେଜି ଗଂଜେଇ ଜବତ ହୋଇଥିଲା | ଘଟଣାରେ ମାହାରାଷ୍ଟ୍ରର ଦୁଇ ଆନ୍ତରାଜ୍ୟ ମାଫିଙ୍କୁ ଗିରଫ କରିଛି | ଏ ସଂକ୍ରାନ୍ତରେ ମନମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ସୂଚନା ଦେଇଛନ୍ତି |
