ଗଛ ଉପରେ ଜଙ୍ଗଲି ଭାଲୁ

ଗଛ ଉପରେ ଜଙ୍ଗଲି ଭାଲୁ

ଗଛ ଉପରେ ଜଙ୍ଗଲୀ ଭାଲୁ l ଗଛ ଉପରେ ଥିବା ଏକ ମହୁଫେଣା ଖାଇବାକୁ ଭାଲୁଟି ଗଛ ଉପରେ ଚଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଗୋଛାପଡ଼ା ପଞ୍ଚାୟତର ଲୁମୁରଜେନା ଗାଁ ପାଖ ପୁତନା ଜଙ୍ଗଲରେ l ଆଜି ସକାଳୁ ଗାଁ ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ l ଏହା ପରେ ବନ ବିଭାଗ ଟିମ ଆସିବା ପରେ ଭାଲୁଟି ଗଛରୁ ଓହ୍ଲାଇବା ପରେ ଜଙ୍ଗଲକୁ ଯାଇଥିଲା l ତେବେ ଗାଁ ନିକଟରେ ଜଙ୍ଗଲି ଭାଲୁ ଟି ବୁଲୁଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖା ଦେଇଥିବା ବେଳେ ବନବିଭାଗ ପକ୍ଷରୁ ଭାଲୁ ଉପରେ ନଜର ରଖାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *