ଗଞେଇ ବେପାରୀଙ୍କ ନୂଆଁ ଫଣ୍ଡା l ୭ବାଇକ୍ ଜବତ୍ ୬୦ କେଜି ଗଞ୍ଜେଇ ଜବତ l

ଗଞେଇ ବେପାରୀଙ୍କ ନୂଆଁ ଫଣ୍ଡା l ୭ବାଇକ୍ ଜବତ୍ ୬୦ କେଜି ଗଞ୍ଜେଇ ଜବତ l

ବୌଦ୍ଧ:

ଜିଲ୍ଲାରେ ଯେତିକି ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଛି ଏହାକୁ ଚାଲାଣ କରିବା ପାଇଁ ମାଫିଆ ମାନେ ସେତିକି ନୂଆଁ ନୂଆଁ ଉପାୟ ଅବଲମ୍ବନ କରୁଥିବା ଦେଖିବାକୁ ମିଳୁଛି।ବିଗତ ଦିନରେ ମାଫିଆ ମାନେ ନାମ୍ମି ଦାମୀ କାର, ତେଲ ଟ୍ୟାଙ୍କର, କଣ୍ଟେନର, ଆମ୍ବୁଲାନ୍ସ,ଟ୍ରକ ଓ ଟ୍ରାକ୍ଟର ସାହାଯ୍ୟରେ ଗଞ୍ଜେଇ ଚାଲାଣ କରି ଧରାପଡିବାର ନଜିର ରହିଛି।ହେଲେ କାଲି ରାତିରେ ଏକ ବାଇକର ଗ୍ୟାଙ୍ଗ ଏକ କାଳୀନ ୭ଟି ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କଣ୍ଟାମାଳ ପୋଲିସ ହାବୁଡ଼ରେ ପଡିଥିଲେ।ଅପ୍ରତ୍ୟାଶିତ ଭାବେ ସାମ୍ନାରେ ପୋଲିସକୁ ଦେଖି ବାଇକର ଗ୍ୟାଙ୍ଗର ମାଫିଆ ମାନେ ଛିନଛତ୍ର ଡିଆଁମାରି ଫେରାର ହୋଇଥିବା ବେଳେ ଜଣେ ଅଭିଯୁକ୍ତ କୁ ପୋଲିସ ଧରିବାରେ ସକ୍ଷମ ହୋଇଥିବା ଘଟଣା ସମ୍ପ୍ରତି ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।

କଣ୍ଟାମାଳ ପୋଲିସ ପକ୍ଷରୁ ହୋଇଥିବା ଉକ୍ତ ଚଢ଼ାଉରେ ପୋଲିସ ୭ଟି ବାଇକ୍ ସହ ୬୦କେଜି ଗଞ୍ଜେଇ ଜବତ କରି ଜଣେ ଯୁବକକୁ  ଗିରଫ କରିଛି। ସୂଚନା ଅନୁସାରେ ଶନିବାର ଭୋର୍ ୫ଘଣ୍ଟା ସମୟରେ କଣ୍ଟାମାଳ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ମଲ୍ଲିକପଦର ଛକ ନିକଟରେ ଜଗି ବସିଥିଲା।ସୂଚନା ମୁତାବକ ଉକ୍ତ ରାସ୍ତାଦେଇ ଏକାଧିକ ବାଇକ୍ ଆସୁଥିବା ଦେଖି ପୋଲିସ ଚଢାଉ କରିଥିଲା।ମାତ୍ର ପୋଲିସକୁ ଦେଖି ବାଇକ୍ ଛାଡ଼ି ମାଫିଆ ମାନେ ଛତ୍ରଭଙ୍ଗ ଦେଇ ଯିଏ ଜୁଆଡେ ପାରିଲେ ଫେରାର ମାରିଥିଲେ। ପୋଲିସ ୭ଟି ବାଇକ ସହ ଜଣେ ଯୁବକକୁ ଗିରଫ କରିଥିଲା ।ଉକ୍ତ ୭ଟି ବାଇକରୁ ୬୦ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାଯାଇଛି ।ଗିରଫ ଅଭିଯୁକ୍ତ ଜଣକ ରୁଣ୍ଡିମହୁଲ ଗ୍ରାମର ରମଣୀ ଠେଲା ବୋଲି ଜଣାପଡିଛି । ଏ ସମ୍ପର୍କରେ କଣ୍ଟାମାଳ ଥାନାରେ ୭୮/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *