ନବୀନ ଦେଲେ ନିର୍ଦ୍ଦେଶ । ଗଞ୍ଜାମ ଗଡରେ ପଶିଲେ ବିଜେଡି ନେତା । ହଁ ଆଜ୍ଞା, ଗଞ୍ଜାମରେ ଦିନକୁ ଦିନ ଆଇନ ବିଶୃଙ୍ଖଳା ଶୀର୍ଷ ଛୁଉଁଥିବା ବେଳେ ଏହାକୁ ନେଇ ବିଭିନ୍ନ ସମୟରେ ସ୍ୱର ଉଠାଉଛି ବିରୋଧୀ ବିଜେଡି । କେତେବେଳେ ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ମାରି ଫିଙ୍ଗିଦିଆଯାଉଛି, ତ ଆଉ କେତେବେଳେ ରାସ୍ତାକଡରେ ଯୁବକଙ୍କୁ ହାଣି ଦିଆଯାଉଛି । ଏପରିକି ଖୋଦ ପୋଲିସ କର୍ମଚାରୀ ମଦ ପିଇ ଅସଦାଚରଣ କରୁଥିବା ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ, ନୂଆ ସରକାରରେ ବିକାଶ କାମ ଠପ୍ ହୋଇ ପଡିରହିଥିବା ବେଳେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଯାହାକୁ କେନ୍ଦ୍ର କରି ଏବେ ବିଜେଡି ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ତାଙ୍କୁ ଏକ ଦାବିପତ୍ର ପ୍ରଦା କରିଥିବା ନଜର ଆସିଛନ୍ତି ।
ଗଞ୍ଜାମ ଜିଲ୍ଲାରେ ଉଦ୍ଦେଶ୍ୟମୂଳକ ଭାବେ ରାଜନୈତିକ ଚାପରେ ବଶବର୍ତୀ ହୋଇ ଜିଲ୍ଲାରେ ବିଭିନ୍ନ ବ୍ଲକରେ ପଞ୍ଚାୟତ ବିକାଶମୂଳକ କାମ ବନ୍ଦ ରଖିବା, ପୁରୁଣା ବିଲକୁ ସ୍ଥଗିତ ରଖିବା, ପାତ୍ରପୁର ଏବଂ ଗଞ୍ଜାମର ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅଣଦେଖା କରିବା ଆଦି ବିରୋଧରେ , ଚିକିଟି ବିଜେଡି ବିଧାୟକ ପ୍ରାର୍ଥୀ ତଥା ଯୁବ ନେତା ଶ୍ରୀରୂପଦେବ ଏବଂ ଛତ୍ରପୁରର ପୂର୍ବତନ ବିଧାୟକ ସୁବାସ ବେହେରାଙ୍କ ସମେତ ଚିକିଟି ଏବଂ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ସମିତି ସଭ୍ୟ , ସରପଞ୍ଚ ଏବଂ ପିଆରଆଇ ସଦସ୍ୟଙ୍କ ସହ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଏହା ସହ ସମିତି ବୈଠକରେ ବାହାର ଗୁଣ୍ଡା ଲଗାଇ ଧମକ ଚମକ କରାଯାଉଥିବା ସତ୍ୱେ ପ୍ରଶାସନ ତରଫରୁ ଏପ ର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ତେଣୁ ଆଗାମୀ ଦିନରେ ବ୍ଲକର ପ୍ରଶାସନିକ କାର୍ୟ୍ୟରେ ପଞ୍ଚାୟତର ଗାଇଡଲାଇନ ନ ଭାଙ୍ଗି ଏହାର ସମାଧାନ ଦିଗରେ ଉଚିତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ବିଜେଡି ନେତା ଅବଗତ କରାଇଥିବା ନଜର ଆସିଛନ୍ତି ।
ଅନ୍ୟପଟେ ଗଞ୍ଜାମରେ ବିଜେପିର ଆସନ ସଂଖ୍ୟା ଅଧିକ ଥିବା ବେଳେ ସାଂସଦ ମଧ୍ୟ ବିଜେପିର ଅଛନ୍ତି । ତଥାପି ବିକାଶ ମୂଳକ କାଯ୍ୟ ନିମ୍ନ ମାନର ହେଉଥିବା ବାରମ୍ବାର ଅଭିଯୋଗ ଆସୁଛି । ନୂଆ ସରକାରଙ୍କ ନୂଆ ରାସ୍ତାରେ ହାତରେ ପିଚୁ ଉଠିଯାଉଛି, ଏପରିକି ପାଦ ପକାଇଦେଲେ ପିଚୁ ରାସ୍ତା ତଳକୁ ଦବି ଯାଉଥିବା ଦେଖିବାକୁ ମିଳିଛି । ଯେଉଁଥିରୁ ରାସ୍ତା ନିର୍ମାଣ ନାଁରେ କୋଟି କୋଟି ଟଙ୍କା ଚଳି କରିଦେଉଥିବା ଏବଂ ଉପରୁ ଚକ୍ଚକ୍ ଭିତରୁ ଫମ୍ପା ଥିବା ଦେଖିବାକୁ ମିଳୁଛି । ଏବଂ ଏସବୁକୁ ନେଇ ସ୍ଥାନୀୟ ବାସିନ୍ଦା ମଧ୍ୟ ତାତିକୁ ରହିଛନ୍ତି । ତେବେ ଦେଖାଯାଉ ଏସବୁର ପ୍ରଭାବ ବିଜେପିକୁ କେତେ ଭାରି ପଡୁଛି , ଏବଂ ଲୋକଙ୍କ ସରକାରକୁ ଲୋକେ କିପରି କଡା ଜବାବ ଦେଉଛନ୍ତି ତାହା ତ ସମୟ କହିବ ।