ଗଞ୍ଜାମ ପୋଲିସ ପକ୍ଷରୁ ଅପରାଧିଙ୍କୁ ଦମନ କରିବା ତଥା ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ଚାଲିଛି ସ୍ୱତନ୍ତ୍ର ଡ୍ରାଇଭ l ଏବେ ଦ୍ଵିତୀୟ ପର୍ଯ୍ୟାୟ ରେ ଗଞ୍ଜାମ ପୋଲିସ ଜିଲ୍ଲାର ପୋଲସରା, ଆସ୍କା, ହିଞ୍ଜିଳିକାଟୁ ଓ କୋଟିନଡ଼ା ଥାନା ଅଞ୍ଚଳରୁ ୨୦ ଜଣ ଅପରାଧୀଙ୍କୁ ଗିରଫ କରିଛି ପୋଲିସ l ଏହା ସହ ୮ ଟି ବନ୍ଧୁକ, ୨୩ ଟି ମୋବାଇଲ ଫୋନ, ୩୧ ଟି ଗୁଳି, ୧୨ ଟି ଖୋଖା ଜବତ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ କୋଟିନଡ଼ା ଥାନା ଅଞ୍ଚଳର ରାମ ଗୌଡ଼, ପିଣ୍ଟୁ ଗୌଡ଼, ରାଜୁ ଜେନା, ସନ୍ତୋଷ କୁମାର ବେହେରା, ଗଣେଶ ନାହାକ, ପିଣ୍ଟୁ ବେହେରା, ରାଜେଶ ମହାରଣା ଓ ପ୍ରତାପ କୁମାର ଜେନା ଆସିକା ଥାନା ଅଞ୍ଚଳର ଘନଶ୍ୟାମ ବେହେରା, ଦୀପକ ପୃଷ୍ଟି, ଅଜିତ ପଲେଇ, ଟୁକୁନା ବାରିକ, ଶିବ ପ୍ରସାଦ ଦାସ, ହିଞ୍ଜିଳି ଥାନା ଅଂଚଳର ଚିଣ୍ଟୁ ଦାସ, ରାଜା ଗୌଡ଼, ହୀନ ସାମଲ, ରାକେଶ ମହାପାତ୍ର ଓ ଗୋବିନ୍ଦ ବେହେରା l ସେହିପରି ପୋଲସରା ଥାନା ଅଞ୍ଚଳର କୃଷ୍ଣ ଚନ୍ଦ୍ର ବେହେରା, ରାଜା ସେଠି l ଏମାନଙ୍କ ନାମରେ ବିଭିନ୍ନ ଥାନା ଅଞ୍ଚଳରେ ବିଭିନ୍ନ ମାମଲା ରହିଥିବା ନେଇ ଆଜି ଗଞ୍ଜାମ ଏସପି ଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର l ଗତ କିଛି ଦିନ ତଳେ ଅର୍ଥାତ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ କରି ୬ ଟି ଥାନା ଅଞ୍ଚଳରୁ ୧୮ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୧୭ ଟି ବନ୍ଧୁକ, ୧୬ ଟି ମୋବାଇଲ ଫୋନ, ୬୬ ଟି ଗୁଳି ଏବଂ ୪ ଟି ଖୋକା କୁ ମଧ୍ୟ ପୋଲିସ ଜବତ କରିଥିଲା l ଏହି ସ୍ୱତନ୍ତ୍ର ଡ୍ରାଇଭ ଆଗକୁ ଚାଲୁ ରହିବ ଆହୁରି ଅପରାଧୀ ଙ୍କୁ ଗିରଫ କରାଯିବ ବୋଲି ଆଇଜି କହିଛନ୍ତି l ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଙ୍କ ସମେତ ସମସ୍ତ ଥାନା ଅଧିକାରୀ ମାନେ ଉପସ୍ଥିତ ଥିଲେ l
