ଗଞ୍ଜେଇ ଭର୍ତି କାର ଜବତ, ଦୁଇ ଗିରଫ

ଗଞ୍ଜେଇ ଭର୍ତି କାର ଜବତ, ଦୁଇ ଗିରଫ

କନ୍ଧମାଳରୁ ରାଜଧାନୀ ଭୁବନେଶ୍ୱରକୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ । ଗଞ୍ଜାମ ଭଞ୍ଜନଗର ଅବକାରୀ ଥାନା ଅଧୀନ ବନ ବିହାର ନିକଟରୁ ଜବତ ହେଲା ଗଞ୍ଜେଇ ଭର୍ତି କାର । ଗିରଫ ଅଭିଯୁକ୍ତ ମାନେ ହେଲେ ଭଦ୍ରକ ଧାମ ନଗର ଅଂଚଳର ଖାଜେ ବାବୁ, ଅନ୍ୟଜଣେ ଶେଖ ନୌସାଦ ଆଲାମ। ସୂଚନା ମୁତାବକ ଭଞ୍ଜନଗର ଅବକାରୀ ଥାନା ପକ୍ଷରୁ ପେଟ୍ରୋଲିଙ୍ଗ କରାଯାଉଥିବା ବେଳେ ଏକ କଳା ରଙ୍ଗର କାର ଅବକାରୀ ଗାଡିକୁ ଦେଖି ପଛକୁ ଫେରି ପଳାଉଥିଲା। ସନ୍ଦେହ ହେବାରୁ ଗାଡିକୁ ଅଟକାଇ ଯାଞ୍ଚ କରିବା କରିବା ପରେ ଗଞ୍ଜେଇ ଥିବା ଜଣାପଡିଥିଲା । ତହସିଲଦାର ଉମାଶଙ୍କର ବେହେରାଙ୍କ ଉପସ୍ଥିତିରେ ଗଞ୍ଜେଇ ବସ୍ତାକୁ ବାହାର କରି ଓଜନ କରାଯାଇଥାଲା। ସେଥିରେ ୨୮ କିଲ ଗଞ୍ଜେଇ ରହିଥିଲା । ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ୮୦ ହଜାର ଟଙ୍କା ହବ। କନ୍ଧମାଳରୁ ଭୁବନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଥିବା ଜଣାପଡିଛି।ଡ୍ରାଇଭର ସମେତ ଅନ୍ୟ ଜଣେ ଗଞ୍ଜେଇ ଚାଲାଣ କାରିକୁ ଗିରଫ କରି କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ।ଏହି ଚଢ଼ାଉ ବେଳେ ରେ ଅବକାରୀ ଥାନା ନିରୀକ୍ଷକ ଡ଼ମ୍ବୁରୁଧର ହରିଜନ ଓ ଉପନିରୀକ୍ଷକ ଅଲିଭା ମାଝୀ ଙ୍କ ସମେତ ଅବକାରୀ ବିଭାଗ କର୍ମଚାରୀ ମାନେ ସାମିଲ ରହିଥିଲେ।

author

Related Articles

Leave a Reply

Your email address will not be published. Required fields are marked *