ଗଞ୍ଜେଇ ସହ ଦେଶୀ ବନ୍ଧୁକ ଓ ମୋବାଇଲ ଜବତ

ଗଞ୍ଜେଇ ସହ ଦେଶୀ ବନ୍ଧୁକ ଓ ମୋବାଇଲ ଜବତ

ବୌଦ୍ଧ

ବୌଦ୍ଧ ଜିଲ୍ଲାରେ ଥମିବାର ନାଁ ନେଉନି ଗଞ୍ଜେଇ ଚାଲାଣ। ମନମୁଣ୍ଡା ପୋଲିସ ହାତରେ ଧରା ପଡିଲେ ଆଉ ଏକ ବଡ ଧରଣର ଗଞ୍ଜେଇ ଚାଲାଣ ।ସେମାନଙ୍କୁ କାବୁ କରି ପୋଲିସ ୧୫ କ୍ବିଣ୍ଟାଲ ୫୮ କେଜି ଗଂଜେଇ ସହ ଏକ ଦେଶୀ ବନ୍ଧୁକ ଓ ମୋବାଇଲ ଜବତ କରି ୨ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି।ସୂଚନା ମତେ ଶଗଡା ଫାଣ୍ଡି ସେସକାପଦର ଜଙ୍ଗଲ ନିକଟରେ ଗଂଜେଇ ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ବୌଦ୍ଧ ଏସପି ରାଜ ପ୍ରାସାଦ କୌଣସି ସୂତ୍ରରୁ ଖବର ପାଇ ଫ୍ଲାଇଙ୍ଗ ସ୍କ୍ବାର୍ଡ ଓ ମନମୁଣ୍ଡା ପୋଲିସ ଟିମକୁ ମିଳିତ ଚଢ଼ାଉ ପାଇଁ ନିର୍ଦେଶ ଦେଇଥିଲେ।

ପୋଲିସ ସେଠାରେ ଚଢାଉ କରି ଉକ୍ତ ଗଞ୍ଜେଇ ଜବତ କରିବା ସହ ବାରକୁଥୁଲି ଗ୍ରାମର ବବି କହଁର ଓ ରୁଗୁଡିକନପା ଗ୍ରାମର ଦୁଃଶାସନ ସାହୁ ନାମକ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି। ଏ ସଂକ୍ରାନ୍ତରେ ମନମୁଣ୍ଡା ଥାନା ରେ ୯୦/୨୦୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ମନମୁଣ୍ଡା ଭାରପ୍ରାପ୍ତ ଥାନାଧିକାରୀ ଶ୍ରୀଯୁକ୍ତ ଗୋପୀନାଥ ପଧାନ ସୂଚନା ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *