ଗଠନ ହେଲା ନୂଆ ଟିମ,କିନ୍ତୁ ସାମିଲ ହେଲେନି ବବି

ଗଠନ ହେଲା ନୂଆ ଟିମ,କିନ୍ତୁ ସାମିଲ ହେଲେନି ବବି

ବୁଡୁଛି ବିଜେଡିର ଭେଳା ଚିନ୍ତାରେ ଶଙ୍ଖପତି । ହଁ ଦର୍ଶକବନ୍ଧୁ ସେଇଥିପାଇଁ ତ ଦଳକୁ ସଜାଡିବାରେ ଲାଗିପଡିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ନୂଆ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି । କେତେବେଳେ ବିଧାୟକମାନଙ୍କୁ ମନ୍ତ୍ରୀଙ୍କ ପଛରେ ଲଗାଇ ଦେଉଛନ୍ତି ତ ଆଉ କେତେବେଳେ ଦଳାୟ ନେତାଙ୍କୁ ନୂଆ ନୂଆ ଦାୟିତ୍ୱ ଦେଉଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠିତ ହୋଇଛି ଏକ ନୂଆ ଟିମ । ବିଭିନ୍ନ କାର୍ଯ୍ୟର ସମନ୍ୱୟ ରକ୍ଷା ପାଇଁ 15 ଜଣିଆ ଟିମକୁ ନିଯୁକ୍ତ କରୁଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଗଠିତ ହୋଇଥିବା 15 ଜଣିଆ ଟିମରେ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ସ୍ଥାନ ଦେଇନାହାନ୍ତି ନବୀନ ପଟ୍ଟନାୟକ । ବରଂ ବିଜେଡିର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ଟିମ ଲିଡ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସାଂସଦ ମମତା ମହନ୍ତଙ୍କ ଇସ୍ତଫା ପରେ ବିଜେଡିର ମେରୁଦଣ୍ଡ ଦୋହଲିଯାଇଛି । ଦଳ ସୃଦୁଢ ନୁହେଁ ବରଂ ଧୀରେ ଧୀରେ ଦଳ ଛିଡିବାର ଆଭାସ ମିଳୁଛି । ସେଇଥିପାଇଁ ତ ପୁଣିଥରେ ନିଜର ଦଳକୁ ମଜଭୁତ କରିବା ପାଇଁ ଏବଂ ଶାସକ ଦଳକୁ ଘେରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ନବୀନ ବାବୁ । ଦଳର ସାଙ୍ଗଠନିକ ସଂପାଦକ ହିସାବରେ ଦଳର ସଙ୍ଗଠନକୁ ମଜଭୁତ ରଖିବା ବବିଙ୍କ କାମ । କିନ୍ତୁ ବବିଙ୍କଠାରୁ ତାଙ୍କ ଅଧିକାରକୁ ଛଡାଇ ନେଉଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କାହିଁକିନା ବିଜେଡିର ପରାଜୟ ଠାରୁ ଯେ ଆଜି ପର୍ଯ୍ୟନ୍ତ ସୁପ୍ରିମୋ ଦଳ ପାଇଁ ଯେତେ ରଣନୀତି ପ୍ରସ୍ତୁତ କରିଛନ୍ତି ଏବଂ ନୂଆ ଟିମ ପ୍ରସ୍ତୁତ କରିଛନ୍ତି କୌଣସି ଥିରେ ବି ପ୍ରଣବ ପ୍ରକାଶ ଦାସଙ୍କୁ ମିଳିନାହିଁ ସୁଯୋଗ । ଯେଉଁଥିପାଇଁ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପ୍ରଣବ ପ୍ରକାଶ ଦାସ । ଗୋଟିଏ ପଟେ ପାଣ୍ଡିଆନ ଓ ବବିଙ୍କ କାରତି ପାଇଁ ବିଜେଡି ହାରିଲା ବୋଲି ନବୀନ ନିବାସଠାରୁ ଯେ ଶଙ୍ଖ ଭବନ ପର୍ଯ୍ୟନ୍ତ ଚର୍ଚ୍ଚା ଚାଲିଥିବା ବେଳେ ଦଳରେ ବିଜେଡି ସୁପ୍ରିମୋ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଏପରି ଅଣଦେଖା ବିଜେଡିକୁ ସମାଲୋଚନା ଘେରକୁ ଟାଣିଛି ।

author

Related Articles

Leave a Reply

Your email address will not be published. Required fields are marked *