ଗଣତନ୍ତ୍ର ଦିବସରେ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ଗଣତନ୍ତ୍ର ଦିବସରେ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା


ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବେଣୀ ପଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବେଶ ଆନନ୍ଦ ଉଲ୍ଲାସର ସହିତ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ସ୍ଥାନୀୟ ସରପଞ୍ଚ ଦୁର୍ଗା ମାଧବ ନାୟକ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ସ୍ଥାନୀୟ ସରପଞ୍ଚ,୪୭ନଂ ଜିଲ୍ଲା ପରିଷଦ ସଭ୍ୟା, ପୂର୍ବତନ ସରପଞ୍ଚଙ୍କ ସମେତ ୱାର୍ଡ ବହୁ ମେମ୍ବରମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳର ଶ୍ରେଷ୍ଠ କୃଷକ, ସ୍ୱାବଲମ୍ବୀ ମହିଳା, ଦିବ୍ୟାଙ୍ଗ, କଳାକାର, ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିବା ବିଶିଷ୍ଠ ସମାଜସେବୀ, ତଥା ରିଓ ନିଉସ ଓ ରିଓ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ରାହୁଲ ସ୍ବାଇଁକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।ମାଧବରିଡ଼ାର କୁନି କୁନି କଳାକାରଙ୍କ ଦ୍ୱାରା ପ୍ରସ୍ତୁତ ସଚେତନତା କାର୍ଯ୍ୟକ୍ରମକୁ ରାହୁଲ ସ୍ୱାଇଁ ବେଶ ପ୍ରଶଂସା କରିବା ସହ ଆଗାମୀ ଦିନରେ ଏଭଳି ସଚେତନତା କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ପାଇଁ କିଛି ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି।ବେଣୀପଲି ପଞ୍ଚାୟତ ପକ୍ଷରୁ ଆୟୋଜିତ ଏଭଳି ଏକ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।ଆଗାମୀ ଦିନରେ ବେଣୀପଲି ପଞ୍ଚାୟତର ଉନ୍ନତି ପାଇଁ ନିଜ ସାମର୍ଥ୍ୟ ଅନୁସାରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ରାହୁଲ ସ୍ୱାଇଁ ପ୍ରତିଶୃତି ଦେଇଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *