ସୁରଙ୍କ ନିୟନ୍ତ୍ରଣରେ ଆଉ ନାହାନ୍ତି ଦୁଇ ପୁଅ । ରାଜନୀତି ପାଇଁ ଭାଇ ଭାଇ ସମ୍ପର୍କରେ ପଡିଲାଣି ଫାଟ । ମନ୍ମଥଙ୍କ ପାଇଁ ନବୀନଙ୍କ ଆଗରେ ଫିକା ପଡୁଛନ୍ତି ବଡ ଭାଇ ସିଦ୍ଧାର୍ଥ । ଗତ ନିର୍ବାଚନ ସମୟରୁ ଭେଟେରାନ ନେତା ସୁର ରାଉତରାୟ ଏବଂ ମନ୍ମଥ ରାଉତରାୟଙ୍କ ମଧ୍ୟରେ ମତାନ୍ତର ହୋଇଥିବା ଖବର ସାମ୍ନାକୁ ଆସୁଥିଲା । କିନ୍ତୁ ଏବେ ନିର୍ବାଚନର ଏତେ ମାସ ପରେ ସେ ଫାଟ କମିବା ବଦଳରେ ବଢିବାରେ ଲାଗିଛି । ଗଣମାଧ୍ୟମ ଆଗରେ ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି ନିଜେ ମନ୍ମଥ । ଏପରିକି ସିଦ୍ଧାର୍ଥ ବାରମ୍ବାର ନବୀନ ଏବଂ ପାଣ୍ଡିଆନଙ୍କୁ ଗାଳି କରୁଥିବାରୁ ଏହାକୁ ନେଇ ସେ ପରୋକ୍ଷରେ ସିଦ୍ଧାର୍ଥଙ୍କୁ ପ୍ରଶ୍ନ କରିଛନ୍ତି ।

You can share this post!
author