ଗଣେଶଙ୍କ ଆବାହନ ଲାଗି ଗାଁ ଠୁ ସହର ସବୁଠି ଲାଗିଛି ଚଳଚଂଚଳ I ଯୁବକ ଛାତ୍ର କ୍ଳବ ମେମ୍ବର ସବୁଠି ଚାଲିଥିଲା ଝୋରସର ରେ ପୂଜାର୍ଚନା I ନାଚ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପ୍ରସାଦ ସେବନରେ ଗହଳି କହିଲେ ନସରେ I ଭସାଣି ଉଶ୍ଚବ ପାଇଁ ସଭିଏଁ ପ୍ରସ୍ତୁତ ଥିବାବେଳେ ଡିଜେ ବାଜା ଟ୍ରକ ଧରି ବାବା ଗଜାନନଙ୍କୁ ବିସର୍ଜନ କରିଛନ୍ତି I ହେଲେ ଏପରି ସ୍ଥଳେ କଣ୍ଟାବାଞ୍ଜି ରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା I ପୂଜା ହେଲା ସବୁ କିଛି ଠିକଠାକ ଥିଲା ହେଲେ ହେଲେ ବିଳମ୍ବିତ ରାତିରେ ପୂଜା ମଣ୍ଡପକୁ ଦେଖି ଗାଁର ପିଲାଠୁ ବୟସ୍କ ସମସ୍ତଙ୍କ ମଧ୍ୟରେ ଖେଳି ଯାଇଥିଲା ବିଷାଦ । କାରଣ ମଣ୍ଡପରୁ ଚୋରି ହୋଇ ଯାଇଥିଲା ମୂର୍ତ୍ତି I ଏମିତି ଏକ ଘଟଣା ଘଟିଛି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁରେ । ଏନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପୂଜା କମିଟି ସଦସ୍ୟ ।କମିଟି ସଦସ୍ୟଙ୍କ କହିବା ଅନୁସାରେ, ଗତକାଲି ରାତିରେ ବଙ୍ଗୋମୁଣ୍ଡାର ଅନ୍ୟ ଏକ ସ୍ଥାନରେ ଗଣେଶ ପୂଜା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିଲା । ଏହାକୁ ଦେଖିବାକୁ କମିଟି ସଦସ୍ୟମାନେ ଯାଇଥିଲେ । ବିଳମ୍ବିତ ରାତିରେ ଫେରି ପେଣ୍ଡାଲରେ ବିଘ୍ନରାଜଙ୍କ ମୂର୍ତ୍ତି ନଥିବା ଦେଖିବାକୁ ପାଇଥିଲେ । ପୋଲିସ ଏତଲା ଗ୍ରହଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

You can share this post!
author
Related Articles
ପୋଖରୀ ଭିତରୁ ମିଳିଲା ଗଞ୍ଜେଇ
- February 20, 2024
କଣ୍ଟାବାଞ୍ଜିରେ ଅଖଚଖ ବନ୍ଦ
- February 20, 2024
ପୁଣି ଟ୍ରେନ ରେ ଲାଗିଲା ନିଆଁ
- November 21, 2023