ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମରେ ସୋମବାର ରାତ୍ର ସମୟରେ ଘଟିଛି ଏକ ଅଘଟଣ। ଗଣେଶ ପୂଜା ପେଣ୍ଡାଲରେ ଲାଇଟ୍ ଓ ସାଉଣ୍ଡ ସଜାଡୁ ଥିବା ବେଳେ ବିଦ୍ୟୁତ ଆଘାତରେ ୨୮ ବର୍ଷୀୟ ଯୁବକଙ୍କ ମୃତ୍ୟ ଘଟିଛି । ମୃତ ଯୁବକ ଜଣକ ହେଲେ ଜେ.ଖଗେଶ । ସେ ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇଟି ଛୋଟଛୋଟ ପୁଅ ଏବଂ ଝିଅ ରହିଥିବା ସୂଚନା ମିଳିଛି । ଗୁରୁତର ଖଗେଶଙ୍କୁ ଗ୍ରାମବାସୀ ଓ ତାଙ୍କ ପରିବାର ବର୍ଗ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଗୁରାଣ୍ଡି ପୋଲିସ ଘଟଣାସ୍ଥନ୍ଦର ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବକୁ ପଞ୍ଚନାମା କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିଲେ । ଏନେଇ ଗୁରାଣ୍ଡି ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି।
