ଗଣ୍ଡରଦା ସ୍ଥିତ ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ଦୁଇଭାଇ ମୃତ।

ଗଣ୍ଡରଦା ସ୍ଥିତ ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ଦୁଇଭାଇ ମୃତ।

Balasore:

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଗଣ୍ଡର୍ଦ୍ଦା ପଂଚାୟତ ପତକାଶାସନ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସକାଳେ ଦୁଇଭାଇ ବୁଢ଼ାବଳଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଣ୍ଡରେ ବୁଡ଼ିଯାଇଥିଲେ। ଗ୍ରାମବାସୀ ପ୍ରଥମେ ଜଣଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାକୁ ନେଇଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ଆଉଜଣେ ଭାଇକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡ଼ିଛି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି।ତେବେ ମୃତକ ଦୁଇଜଣ ହେଲେ ପତକାଶାସନ ଗ୍ରାମର ତୁଷାର ପଣ୍ଡା(୧୦) ଓ ତାଙ୍କ ପିଉସୀ ପୁଅ ବିକାଶ ପଣ୍ଡା(୨୪)।

author

Related Articles

Leave a Reply

Your email address will not be published. Required fields are marked *