ଗତକାଲିର ଦୁର୍ଘଟଣା ଯୋଗୁ ବାତିଲ ହୋଇଛି ଝାରସୁଗୁଡା-ସମ୍ବଲପୁର ମେମୁ ସ୍ପେଶାଲ ଟ୍ରେନ

ଗତକାଲିର ଦୁର୍ଘଟଣା ଯୋଗୁ ବାତିଲ ହୋଇଛି ଝାରସୁଗୁଡା-ସମ୍ବଲପୁର ମେମୁ ସ୍ପେଶାଲ ଟ୍ରେନ

ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ୨୫ ମିନିଟରେ ମଇଁଷି ସହ ଧକ୍କା ହେବା ଫଳରେ ଝାରୁସୁଗୁଡା–ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନ ଲାଇନଚ୍ୟୁତ ହୋଇଥିଲା । ଯାହାଫଳରେ ଆଜି ଝାରୁସୁଗୁଡା–ସମ୍ବଲପୁର ମେମୁ ପାସେଞ୍ଜର ସ୍ପେଶାଲ ଟ୍ରେନକୁ ବାତିଲ କରାଯାଇଛି । ଅନ୍ୟ ଟ୍ରେନ ଗୁଡିକର ଚଳାଚଳ ସ୍ୱାଭାବିକ ହୋଇଛି । ଦୁର୍ଘଟଣାରେ ଟ୍ରେନର ୪ ନମ୍ବର ବଗି ଟ୍ରାକରୁ ତଳକୁ ଖସିପଡିଥିଲା । ଫଳରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଦୁର୍ଘଟଣାରେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି । ସମ୍ବଲପୁର ଡିଭିଜିନାଲ ରେଳବାଇ ମ୍ୟାନେଜର ଓ ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ । ଟ୍ରେନ ଚଳାଚଳ ସ୍ୱାଭାବିକ କରିବାକୁ ପ୍ରାୟ ଦୁଇଘଣ୍ଟା ସମୟ ଲାଗିଥିଲା ।

author

Related Articles

Leave a Reply

Your email address will not be published. Required fields are marked *