ଗର୍ଜିଲେଣି ବିଜୁ ପ୍ରେମୀ….ଭୁଲକରି ପସ୍ତାଉଛନ୍ତି ମୋହନ

ଗର୍ଜିଲେଣି ବିଜୁ ପ୍ରେମୀ….ଭୁଲକରି ପସ୍ତାଉଛନ୍ତି ମୋହନ

ଉଠୁଛି ପଡୁଛି ରାଜଧାନୀ । ଗର୍ଜନ ତର୍ଜନ କରୁଛନ୍ତି ବିଜେଡିର ନେତାଙ୍କ ଠାରୁ ଯେ କର୍ମୀଙ୍କ ପର୍ଯ୍ୟନ୍ତ । ବିଜୁ ଜୟନ୍ତୀକୁ ପଞ୍ଚାୟତରାଜ ଦିବସ ରୂପେ ପାଳନ ନ କରିବା ମୋହନ ସରକାରଙ୍କୁ ମହଙ୍ଗା ପଡିଛି । ବରପୁତ୍ରଙ୍କୁ ଏଭଳି ଅସମ୍ମାନ ପରେ ରାଜ୍ୟରେ ଜୋର ତେଜିଛି ବିଜେଡିର ବିକ୍ଷୋଭ । ଜିଲ୍ଲା ମୁଖ୍ୟାଳୟ ଓ ଅନେକ ପ୍ରମୁଖ ସହରରେ ପ୍ରତିବାଦ କରିଛନ୍ତି ବିଜେଡିର କର୍ମୀ । ସୋନପୁର,ରାୟଗଡା,ଭଦ୍ରକ ବିଭିନ୍ନ ଜିଲ୍ଲାରେ ବିଜେଡି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀରେ ପଞ୍ଚାୟତରାଜ ଦିବସ ପାଳନ ନକରିବାକୁ ରାଜ୍ୟ ବିଜେପି ସରକାର ନେଇଥିବା ନିଷ୍ପତ୍ତିକୁ ତୀବ୍ର ମାତ୍ରାରେ ବିରୋଧ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ୱର ମଧ୍ୟ ଗତକାଲି ଅଶାନ୍ତ ହୋଇପଡିଥିଲା । ଅପରାହ୍ନ ସମୟରେ ବିଜେଡିର ନେତା ଓ କର୍ମୀମାନେ ଆଚାର୍ଯ୍ୟବିହାର ଛକରେ ଜୋରଦାର ବିକ୍ଷୋଭ କରିଥିଲେ । ଡବଲ ଇଞ୍ଜିନ ସରକାର ବିରୁଦ୍ଧରେ ନବୀନଙ୍କ ନିର୍ଦ୍ଦେଶରେ ପଦାକୁ ଓହ୍ଲାଇଥିଲେ ବିଜେଡିର ଶହ ଶହ କର୍ମୀ ।

ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଏପରି ଅସମ୍ମାନକୁ କଦାପି ସାଧାରଣ ଜନତା ସହ୍ୟ କରିପାରିବେ ନାହିଁ । ରାଜ୍ୟ ସରକାରଙ୍କୁ ସାଧାରଣ ଜନତା ଏହାର ଉଚିତ ଜବାବ ଦେବେ । 90 ଦଶକରୁ ଚାଲିଥିବା ପରମ୍ପରାକୁ ଭାଙ୍ଗି ଦେଇଛି ବିଜେପି ସରକାର । କ୍ଷମତାକୁ ଆସିବା ପରେ ରଙ୍ଗ ବଦଲାଇବା ଓ ନାମ ପରିବର୍ତ୍ତନ କରି ପ୍ରହସନ ଚଲାଇଛନ୍ତି । ଆଉ ଶେଷରେ ତିନି ଦଶନ୍ଧି ଧରି ଚାଲି ଆସୁଥିବା ପରମ୍ପରାକୁ ବନ୍ଦ କରିଦେଇଛନ୍ତି ସରକାର । ବିଭିନ୍ନ ସରକାର ବିଜୁ ବାବୁଙ୍କ ଜୟନ୍ତୀକୁ ପଞ୍ଚାୟତରାଜ ଦିବସ ରୂପେ ପାଳନ କରିଆସୁଥିଲେ । କିନ୍ତୁ ବର୍ତ୍ତମାନର ବିଜେପି ସରକାର ଏହି ପରମ୍ପରା ଭାଙ୍ଗିବା ପରେ ଚିହିଁକି ଉଠିଛନ୍ତି ବିଜୁ ପ୍ରେମୀ । ପ୍ରବାଦ ପୁରୁଷଙ୍କ ପ୍ରତି ଏ ଅପମାନକୁ ବିରୋଧ କରିବା ସହିତ ବିଜେଡି ବଡ ବିକ୍ଷୋଭର ଡକରା ଦେଇଥିଲା । ରାସ୍ତାରେ ଟାୟାର ଜାଳି ସରକାରଙ୍କ ବିରୁଦ୍ଧରେ ଗର୍ଜନ କରିଥିଲେ । ନବୀନଙ୍କ ଇଙ୍ଗିତରେ ରାଜଧାନୀରେ ବିଜେଡିର ଏହି ଗଣଧାରଣା ଏବେ ଉଗ୍ରରୂପ ଧାରଣ କରିଛି ।

author

Related Articles

Leave a Reply

Your email address will not be published. Required fields are marked *