ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ଆଡେ ଣି ଗଡ଼ ପଂଚାୟତ ର ଦୁର୍ଗମ ଇଲାକା ହେଉଛି କଣ୍ଡରl, କାଚ ପାଜୁ, ବାଙ୍କ ପାଜୁ ଲୁଲୁକେଟି, ଲେଙ୍ଗର ପାଜୁ, ସୁଳୁଙ୍ଗା, ର ସାହି, ମା ଣ୍ଡେଲି, ଛତ୍ରପଡା, କୁଚୁ ପାଜୁ ଭଳି ଗ୍ରାମ ମାନଙ୍କରେ ଗମନା ଗମନ ବିଛିନ୍ନ, ଆଉ ଅନ୍ୟ ସମସ୍ୟା ଆପଣମାନେ ସହଜେ ଜାଣି ପାରୁଥିବେ l ସାଧାରଣ ବର୍ତମାନ ଯୁଗରେ ନେଟୱାର୍କ ଏକ ମୁଖ୍ୟ ଜିନିଷ ଆଜି ଏହି ଗ୍ରାମ ମାନଙ୍କରେ କୌଣସି ନେଟ ୱାର୍କ ସେବାର ସୁବିଧା ନ ଥିବାରୁ ସରକାର ବର୍ତମାନ ରାସନ କାର୍ଡ ଧାରୀଙ୍କର ekyc ଏକ ବାଧ୍ୟତା ମୂଳକ ଥିବରୁ ବୁଢା ବୁଢ଼ୀ ଏମିତି ଘାଟି ପାହାଡ଼ ଖସି ଆସି ପଂଚାୟତ ରେ କରିବା ସମ୍ଭବ ପର ନୁଁହ ଏଣୁ ଏକ ପାହାଡ଼ ମଝିରେ ନେଟ ୱାର୍କ ର ସିଗନାଲ ଆସୁଥିବାରୁ ସେଠାକୁ ଆସି ନିଜ ନିଜ ର E k y c କରୁଛନ୍ତି l ଯାହା ହେଉନା କାହିଁକି ଜଣେ ପଂଚାୟତ ର ସଚୋଟ କର୍ମ ଚାରି ଯୋଗାଣ ସହାୟକ ଘାଟି ପାହାଡ଼ ଡେଇଁ ଜନ ସାଧାରଣ ଙ୍କ ଏହି ସେବା ଯୋଗାଇ ଥିବାରୁ ତାଙ୍କୁ ଅଂଚଳ ବାସି ଧନ୍ୟ ବାଦ ଦେଇଚନ୍ତି

You can share this post!
author
Related Articles
ବୌଦ୍ଧରେ ପୁଣି ମାଓକ୍ୟାମ୍ପ ଠାବ
- November 30, 2024
ସ୍କୁଲ ଆଗରେ ଧାରଣାରେ ବସିଲେ ଗୁରୁମା
- October 27, 2024