ଗାଁରେ ପୁଣି ଜିତିଲେ ନବୀନ !

ଗାଁରେ ପୁଣି ଜିତିଲେ ନବୀନ !

ଗାଁରେ ପୁଣି ଜିତିଲେ ନବୀନ .କେନ୍ଦ୍ରାପଡାରେ ବିଜେଡିର ବିଜୟ ପରେ ବୈଜୟନ୍ତଙ୍କ ମୁଣ୍ଡ ଗୋଲ . ନବୀନ ଜିତିବା ପରେ ଖୁସରେ ପହଂଚିଲେ ବିଜେଡ଼ିର ବରିଷ୍ଠ ନେତା . ନବୀନଙ୍କ କେନ୍ଦ୍ରପଡ଼ା ଜିଲ୍ଲା ପରିଷଦର ଉପାଦକ୍ଷ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ଭୀଷ୍ମ ମହାନ୍ତି . ଜିଲ୍ଲା ପରିଷଦର ନିର୍ବାଚନ ଅଧିକାରୀ ନିଲୁ ମହାପାତ୍ର ଘୋଷଣା କରିଛନ୍ତି. ଏନେଇ ରାଜନେତାଠୁ ଆରମ୍ଭ କରି ତାଙ୍କୁ ଭଲ ପାଉଥିବା ଜନସାଧାରଣ ଶୁଭେଛା ଓ ଶୁଭକାମନା ଜଣାଇଛନ୍ତି . ଥରେ ଦେଖନ୍ତୁ ଏହି ଫଟୋକୁ କେନ୍ଦ୍ରପଡ଼ାରେ ବିଜେଡ଼ିର ବିଜୟ ପରେ ସେଠାରେ ପହଂଚିଥିଲେ ଆଳି ବିଧାୟକ ତଥା ବିଜେଡ଼ିର ବରିଷ୍ଠ ନେତା ପ୍ରତାପ ଦେବେ . ବିଜୟୀପ୍ରାର୍ଥୀଙ୍କୁ ଶୁଭେଛା ଜଣାଇଥିଲେ .ଖାଲି ପ୍ରତାପ ଦେବ ନୁହଁନ୍ତି କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ମଧ୍ୟ ସେଠାରେ ପହଂଚିଥିଲେ . ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଛା ଜଣାଇଥିଲେ . ଆଗକୁ କିପରି ଦଳ ଭଲ କାମ କରିବ ସେନେଇ ପରାମର୍ଶ ଦେଇଥିଲେ . ଦଳ ତୃଣମୂଳ ସ୍ତରରେ ପୁଣି ଥରେ ମଜବୁତ ହେଉଥିବା ବେଳେ ସମସ୍ତଙ୍କୁ ଏକଜୁଟ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ .

ଯଦି ଆମେ ଦେଖିବା ୨୦୨୪ ନିର୍ବାଚନରେ ବିଜେଡ଼ିର ବଡ ପରାଜୟ ହୋଇଥିଲା . ବିଭିନ୍ନ ସ୍ଥାନରେ ଶଙ୍ଖକୁ ବୁଡ଼ାଇ ପଦ୍ମ ଫୁଟିଥିବା ଦେଖିବାକୁ ମିଳିଥିଲା . ଠିକ ସେହିପରି କେନ୍ଦ୍ରାପଡ଼ାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା . ୨୦୧୯ ମସିହାରେ ସେଠାରେ ବିଜେଡ଼ିର ପବନ ବହୁଥିବା ବେଳେ କେନ୍ଦ୍ରପଡ଼ା ଲୋକସଭା ଆସନରୁ ଅନୁଭବ ବିଜୟୀ ହୋଇ ବିଜେଡ଼ିକୁ ବଡ଼ ଗିଫ୍ଟ ଦେଇଥିଲେ . କିନ୍ତୁ ୨୦୨୪ ନିର୍ବାଚରେ ଏହାର ଓଲଟା ଫଳ ଦେଖିବାକୁ ମିଳିଲା ରାଜ୍ୟରେ ବିଭିନ୍ନ ଆସନରୁ ବଜେଡ଼ି ଆରିଥିବା ବେଳେ କେନ୍ଦ୍ରାପରେ ମଧ୍ୟ ବୈଜୟନ୍ତ ପଣ୍ଡା ବିଜେପି ଟିକଟରୁ ଲୋକସଭା ଆସନରେ ବାଜିମାତ କରି ଥିଲେ . ସେବେଠାରୁ ବିଜେଡ଼ିର ନେତା . କର୍ମୀମାନଙ୍କ ମୁଣ୍ଡରେ ଦଳକୁ ତୃଣମୂଳ ସ୍ତରରୁ ମଜବୁତ କରିବା ନିଶା ପଶିଥିଲା . ବିଭିନ୍ନ ସ୍ଥାନରେ ବିଜେଡିର ରାଲି ହେଉଥିବା ଦେଖିବାକୁ ମିଳିଛି .ଏବେ ନବୀନ ମଧ୍ୟ ସବୁ ସମୟରେ ଲୋକଙ୍କ ଗହଣରେ ସାମିଲ ହେଉଛନ୍ତି .

author

Related Articles

Leave a Reply

Your email address will not be published. Required fields are marked *