ଗାଁ କୁ ରାସ୍ତା ନାହିଁ, ବ୍ଳକ ଘେରିଲେ ଗ୍ରାମବାସୀ

ଗାଁ କୁ ରାସ୍ତା ନାହିଁ, ବ୍ଳକ ଘେରିଲେ ଗ୍ରାମବାସୀ

ଆନନ୍ଦପୁର ବ୍ଲକ କୋଡପଡା ପଂଚାୟତ ଗୋଳାବନ୍ଧ ଗ୍ରାମକୁ ଆସିଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ସାମାନ୍ୟ ବର୍ଷା ହେଲେ ରାସ୍ତା ପାଣି କାଦୁଅରେ ଭର୍ତି ହେଉଛି । ସାଧାରଣ ଚଳାଚଳରେ ସମସ୍ୟା ସୃଷ୍ଟି ହେବା ସହିତ ଗ୍ରାମକୁ ଜରୁରୀ କାଳୀନ ସେବାର ଯାନବାହାନ ପ୍ରବେଶ କରିବା ସମ୍ଭବ ହେଉନାହିଁ । ରୋଗୀଟିଏ ସୁବିଧାରେ ଡାକ୍ତରଖାନାକୁ ଆସିପାରୁନି କି ପିଲାମାନେ ସ୍କୁଲକୁ ଠିକ୍ ଭାବେ ଯାତାୟତ କରିପାରୁନାହାନ୍ତି । ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ନାନା ସମସ୍ୟାର ସମ୍ମୁଖୀନ ହେଉଥ‌ିବା ଗୋଳାବନ୍ଧ ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରାମର ତନ୍ମୟ ସାହୁଙ୍କ ନେତୃତ୍ଵରେ ବୁଧବାର ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଗ୍ରାମର ଶୋଚନୀୟ ରାସ୍ତା ସମସ୍ୟାକୁ ନେଇ ପୂର୍ବରୁ ଆନନ୍ଦପୁର ବ୍ଲକ ବିଡିଓଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ହେଲେ ଅଦ୍ୟାବଧୂ ସମସ୍ୟାର ସମାଧାନ ହୋଇନଥିବାରୁ ଆଜି ଦୁଇ ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଏକଜୁଟ ହୋଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ । ଆନନ୍ଦପୁର ବିଡିଓ ଓ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ବିଡିଓଙ୍କ ପ୍ରତିଶୃତି ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଥିଲେ ହେଁ ସପ୍ତାହେ ମଧ୍ୟରେ ରାସ୍ତାର ଆବଶ୍ୟକ ମରାମତି କିମ୍ବା ନୂତନ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ

author

Related Articles

Leave a Reply

Your email address will not be published. Required fields are marked *