ଗଞ୍ଜାମ:
ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ରୋଡ଼ ସାହି ପ୍ରାଥମିକ ବିଦ୍ୟାଳୟ ନିକଟ ଏକ ଗଛ ମୂଳରୁ ପୁରୀ ଜିଲ୍ଲା ଗଡ଼ିଶାଗଦା ଥାନା ଅଞ୍ଚଳର ବାହୁଡ଼ା ସାହୁ ନାମଙ୍କ ବ୍ୟକ୍ତିଙ୍କ ହାତ ବନ୍ଧା ଅବସ୍ଥାରେ ମିଳିଥିବା କ୍ଷତାକ୍ତ ମୃତଦେହ ଉଦ୍ଧାର ହେବା ଘଟଣା ରେ ପୋଲିସ ବର୍ତମାନ ସୁଦ୍ଧା ପାଞ୍ଚଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଥିବା ବେଳେ ମୃତ ବ୍ୟକ୍ତି ଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ଙ୍କୁ ଖୁଣ୍ଟରେ ବନ୍ଧା ଯାଇ ମାଡ଼ ମରାଯାଉଥିବା ଏକ ଭିଡ଼ିଓ ଏବେ ଭାଇରଲ ହେବାରେ ଲାଗିଛି l ଭାଇରଲ ଭିଡ଼ିଓ ରେ ବ୍ୟକ୍ତି ଙ୍କୁ ଖୁଣ୍ଟରେ ବନ୍ଧା ଯାଇଛି ଏବଂ ତାର ଚତୃପାର୍ଶ୍ୱରେ ଲୋକମାନେ ଠେଙ୍ଗା ଓ ପଥରରେ ଅତି ନିର୍ମମ ଭାବେ ଆକ୍ରମଣ କରୁଛନ୍ତି l ତେବେ ଏହି ଭାଇରଲ ଭିଡିଓ ଟି ଚିଙ୍ଗୁଡ଼ିଘାଇ ଅଞ୍ଚଳର ହୋଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ଏହି ଭାଇରଲ ଭିଡ଼ିଓ ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ l ଅନ୍ୟପଟେ ପୋଲିସ ଏହି ହତ୍ୟାକାଣ୍ଡ କାଣ୍ଡର ତଦନ୍ତ କରୁଛି l