ଗାଁ ରେ ବୁଲୁଛି ହାତୀ

ଗାଁ ରେ ବୁଲୁଛି ହାତୀ

ଗାଁ ରେ ବୁଲୁଛି ହାତୀ। ଯାଜପୁର ଦଶରଥପୁର ବ୍ଲକରେ ହାତୀ ଉପଦ୍ରବ । ଏପରିକି ହାତୀ ଆକ୍ରମଣରେ ଜଣେ ଆହତ ହୋଇଥିବା ଜଣାପଡିଛି | ବିଶେଷ କରି ବିରୁହା ଓ ଚମ୍ପେଇପାଳ ପଂଚାୟତରେ ଗୋଟିଏ ହାତୀ ବ୍ୟାପକ କ୍ଷୟକ୍ଷତି କରୁଥିବା ଅଭିଯୋଗ ହୋଇଛି । ହାତୀକୁ ଘଉଡାଇବାକୁ ଯାଇ ଜଣେ ଆହତ ହୋଇଛନ୍ତି | ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି | ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଥିବା ବେଳେ ହାତୀକୁ କାବୁ କରିବା ପାଇଁ ଉଦ୍ୟମ ଚଳାଇଛି ବନ ବିଭାଗ ।

author

Related Articles

Leave a Reply

Your email address will not be published. Required fields are marked *