ଗାଡ଼ି ଯାଞ୍ଚ ବେଳେ ଫେକ ନମ୍ବର ଥିବା କାର ଜବତ, ଜଣେ ଗିରଫ

ଗାଡ଼ି ଯାଞ୍ଚ ବେଳେ ଫେକ ନମ୍ବର ଥିବା କାର ଜବତ, ଜଣେ ଗିରଫ

Boudh:

ବୌଦ୍ଧ ଜିଲ୍ଲl ଘଣ୍ଟାପଡ଼ା ଥାନା ଅଧିକାରୀ ଗଣନାଥ ଥନାପତିଙ୍କ ନିର୍ଦ୍ଦେଶରେ ମନମୁଣ୍ଡା – ସିନ୍ଧିଗୋରା ୪୧ନଂ.ରାଜ୍ୟ ରାଜପଥର ଘଣ୍ଟାପଡ଼ାର ମଙ୍ଗଳା ଛକରେ ଚାଲିଥିବା ମଟର ଗାଡି ଯାଞ୍ଚ ବେଳେ ଏକ ଧଳା ରଙ୍ଗର କାରକୁ ଜବତ କରିଛି ପୋଲିସ। ଖୁଣ୍ଟିଗୋରା ପଟରୁ କଣ୍ଟାମାଳ ଆଡକୁ ଦୃତଗତିରେ ଆସୁଥିବା ଏହି କାରକୁ ଅଟକାଇବା ମାତ୍ରେ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ମାରିଥିଲା।ସନ୍ଦେହ ହେବାରୁ ଗାଡ଼ିଟିର ନମ୍ବର ଓଡ଼ି ୦୫ବି ଜେ୬୮୭୩ ନମ୍ବରଟି ଫେକନମ୍ୱର ଥିଲା। ଯାଞ୍ଚ କରିବାରୁ ଡିକି ଭିତରୁ ଏଚ ଆର୍ ୨୬ଏ ଏଲ ୮୦୩୧ ନମ୍ବର ୨ଟି ପ୍ଳେଟ ଦେଖି ସଂଗେ ସଂଗେ ଜଣେ ବ୍ୟକ୍ତିଙ୍କ ସହିତ କାରଟିକୁ ଆଣି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ବ୍ୟକ୍ତି ଜଣକଙ୍କ ନାମ ତସଲିସ ଜିଲାନୀ,ବୟସ ୨୨ ମଧ୍ୟପ୍ରଦେଶ ରାଜ୍ୟର, ସାହରନ ଜିଲ୍ଳା ଦେଓମାରୀ ଥାନା ଅଧିନ ଖାମଦାମ ଗ୍ରାମର ବୋଲି ଜାଣିବାକୁ ପାଇଥିଲା । ସେ ଗଞ୍ଜେଇ ଚୋରା ଚାଲାଣ କରିବାକୁ ଆସିଥିଲା। ଭଲ ଗଞ୍ଜେଇ ନପାଇବାରୁ ଫେରୁଥିବା ସଂଦେହ କରାଯାଇଥିଲା। ତାପରେ ଅଧିକ ତଦନ୍ତ ପରେ ୨ ଶହ ଟଙ୍କିଆ ୧୯ଟି, ଶହେ ଟଙ୍କିଆ ୩୪୪ଟି, ୫୦ ଟଙ୍କିଆ ୧୯୮ଟି ଓ ୨୦ ଟଙ୍କିଆ ୨୦୦ଟି ମୋଟ ୫୬ ହଜାର ଶହେ ଟଙ୍କା ଜବତ କରିଥିଲେ। ପୋଲିସ କେଶ୍ ନଂ ୩୩/୨୩ରେ ଏକ ମାମଲା ରୁଜୁ କରି us-୪୨୦/୪୬୮/୪୭୧ରେ ଜିଲାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତଦନ୍ତ ବେଳେ ଫେରାର ବ୍ୟକ୍ତିଙ୍କ ନାମ ବାବୁଲ ବାରିକ ପି.ରଘୁନାଥ ବାରିକ ମନମୁଣ୍ଡା ଥାନା ଅଧିନ ପଦମପୁର ବୋଲି ତଦନ୍ତ ଅଧିକାରୀ ଏଏସଆଇ ପ୍ରଦୀପ କୁମାର ବେହେରା ପ୍ରକାଶ କରିଛନ୍ତି। ଯାଞ୍ଚ ସମୟରେ ଏସଆଇ ବିଶ୍ଵlମିତ୍ର ଲୋଇ , ଏଏସଆଇ ପ୍ରଦୀପ ବେହେରା, କନେଷ୍ଟବଲ ପ୍ରଶାନ୍ତ ସାହୁ,ହୋମଗାର୍ଡ ଗିରିଶ କଅଁର ଓ ବିଶ୍ଵଜିତ ପୂଟା ସାମିଲ ଥିବା ଜଣାପଡଡିଛି ।

author

Related Articles

Leave a Reply

Your email address will not be published. Required fields are marked *