ଗାଦି ଛାଡିବେ ମୋହନ

ଗାଦି ଛାଡିବେ ମୋହନ

ପାୱାର ସୋ କରୁଛନ୍ତି ବିଜେଡି ନେତା କେଉଁଠି ଲୁଚିଛନ୍ତି ମୋହନ ସରକାର ? 11 ମାସର ସରକାରଙ୍କ ବିଫଳତାର ଲମ୍ୱା ତାଲିକା ଧରି ବୁଲୁଛନ୍ତି ବିରୋଧି ଦଳ ହେଲେ ଏପଟେ ମୋହନଙ୍କୁ ଓଡିଶାର ଜନସାଧାରଣଙ୍କ ପ୍ରତି ଅବହେଳା ବଢିବାରେ ଲାଗିଛି । ହଁ ଆଜ୍ଞା ବାରମ୍ୱାର ସରକାରଙ୍କ ଉପରେ ବର୍ଷୁଛି ବିରୋଧି ବିଜେଡି । 24 ବର୍ଷ ପରେ ବିରୋଧି ଆସନରେ ବସିଛି ବିଜୁ ଜନତା ଦଳ । ନିଜ ଦଳର କନ୍ଦଳକୁ ସଜାଡିବା ସହିତ ଭାରତୀୟ ଜନତା ପାର୍ଟିକୁ ପାଠ ପଢାଇବା ପାଇଁ ନବୀନ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ରାଜ୍ୟରେ ବିଜେପି ସରକାରକୁ ବର୍ଷେ ପୂର୍ତ୍ତି ହେବାକୁ ଯାଉଛି ଏହି ଅବସରରେ ମେଗା ସେଲିବ୍ରେସନର ପ୍ରସ୍ତୁତି ଆରମ୍ଭ କରିଛି ଦଳ । ମୋହନଙ୍କ ଏହି ସେଲିବ୍ରେସନକୁ ଫୁସ କରିବା ପାଇଁ ଅଣ୍ଟା ଭିଡିଛି ବିରୋଧି ବିଜେଡି ।

ବିରୋଧି ଦଳର ସମସ୍ତ ନେତା ଓ କର୍ମୀ ମାନେ ରାଜରାସ୍ତାରେ ରଣହୁଙ୍କାର ଦେଲେ । ପଛୁଆ ବର୍ଗଙ୍କ ସରଂକ୍ଷଣ ନେଇ ବର୍ଷିଥିଲେ ବିଜେଡିର ଶହ ଶହ ନେତା ଓ କର୍ମୀ । ରାଜରାସ୍ତାରେ ବିଜେଡିର ପାୱାର ସୋ ଦେଖିଥିଲା ଶାସକ ଦଳ । ଏକଦା ବିଜେଡିର ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲାଉଥିବା ବବି ଦାସଙ୍କ ପାୱାର ଦେଖି କାବା ସରକାରୀ ଦଳ । ନିର୍ବାଚନ ପରେ ନିରବ ରହିଥିବା ବବି ଏବେ ସମ୍ପୂର୍ଣ୍ଣ ଆକ୍ଟିଭ । ଦଳୀୟ କନ୍ଦଳକୁ ଆୟତ୍ତ କରିବା ସହିତ ନବୀନ ନିଜର ନବମ ପାଳିରେ ବବିଙ୍କୁ ଉପସଭାପତି ଦାୟିତ୍ୱ ଦେଇଛନ୍ତି । ଦାୟିତ୍ୱ ବାଣ୍ଟିବା ପରେ ସତେ ଯେମିତି ଆକ୍ଟିଭ ହୋଇଯାଇଛନ୍ତି ବବି ଦାସ । କେବଳ ନିଜ ଗଡ ଯାଜପୁର ନୁହେଁ ସମଗ୍ର ରାଜ୍ୟରେ ବିଜେଡିକୁ ପାୱାରକୁ ଆଣିବା ପାଇଁ ବଳ କଶୁଛନ୍ତି ପ୍ରଣବ ପ୍ରକାଶ ଦାସ ।

କେବଳ ପ୍ରଣବ ପ୍ରକାଶ ଦାସ ନୁହଁନ୍ତି ବରଂ ବିଜେଡିର ଅନେକ ବରିଷ୍ଠ ନେତାମାନେ ଏକାଠି ହୋଇଛନ୍ତି । ପ୍ରମିଳା ମଲ୍ଲିକ,ଅରୁଣ ସାହୁଙ୍କ ଭଳି ନେତା ମୋହନ ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇଥିଲେ । ଆସନ୍ତା ଜୁନ 12 ରୁ ଜୁନ 19 ପର୍ଯ୍ୟନ୍ତ ସରକାରଙ୍କ ମେଗା ସେଲିବ୍ରେସନକୁ କିପରି ପଣ୍ଡ କରି ବିଜେପି ନେତାଙ୍କ ଅସଲ ଚେହେରା ସାମ୍ନାକୁ ଆଣୁଛନ୍ତି ନବୀନ ତାହା ଦେଖିବାକୁ ଅପେକ୍ଷା ।

ବ୍ୟୁରୋ ରିପୋର୍ଟ ରିଓ ନିୟୁଜ

author

Related Articles

Leave a Reply

Your email address will not be published. Required fields are marked *