
ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ଦାରୀ ପରେ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହାସହ କେଜ୍ରିୱାଲଙ୍କ ଗିରଫ ଦାରୀ ପରେ ବିଜେପି ଉପରେ ବର୍ଷିଛନ୍ତି ବିରୋଧୀ ।ଗଣମାଧ୍ୟମ ସହ ସମସ୍ତ ଅନୁଷ୍ଠାନକୁ ଦଖଲ କରିବା, ଦଳ ଭାଙ୍ଗିବା, କମ୍ପାନୀଠାରୁ ଚାନ୍ଦା ଆଦାୟ କରିବା, ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟ ଫ୍ରିଜ୍ କରିବା ମଧ୍ୟ ‘ରାକ୍ଷସ କ୍ଷମତା’ ପାଇଁ କମ୍ ଥିଲା, ତେଣୁ ଏବେ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କୁ ଗିରଫ କରିବା ମଧ୍ୟ ଏକ ସାଧାରଣ କଥା ହୋଇଗଲାଣି । ଇଣ୍ଡିଆ ମେଂଟ ଏହାର ଉଚିତ ଜବାବ ଦେବ ବୋଲି କହିଛନ୍ତି ରାହୁଲ । ଆପ ନେତ୍ରୀ ଆତିଶି କହିଛନ୍ତି, ଇସ୍ତଫା ଦେବେ ନାହିଁ ମୁଖ୍ୟମନ୍ତ୍ରୀ । ବରଂ ଜେଲରୁ ସରକାର ଚାଲିବ ।