ଗିରଫ ହେବେ ଆହ୍ଲାବାଦିଆ !

ଗିରଫ ହେବେ ଆହ୍ଲାବାଦିଆ !

ବିବାଦ ଘେରରେ ଚର୍ଚ୍ଚିତ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ଏମିତି ବୟାନ ଦେଲେ ଯେ ସାଧାରଣ ଲୋକେ ଏବେ ଛି ଛି କଲେଣି । ହଁ ଦର୍ଶକବନ୍ଧୁ ଏହି ଲୋକପ୍ରିୟ ୟୁଟ୍ୟୁର ରଣବୀର ଆହ୍ଲାବାଦିଆଙ୍କ କଥା ଶୁଣିଲେ ଯେ କେହି ବି ରାଗିବ । ଏକ ରିଆଲିଟି ସୋ ରେ ରଣବୀରଙ୍କ ଅଶାଳୀନ ମନ୍ତବ୍ୟ ସୀମା ପାର କରିଛି । ଜଜ ଚଉକିରେ ବସି କନଷ୍ଟେଷ୍ଟଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ରଣବୀରଙ୍କୁ ମହଙ୍ଗା ପଡିଛି । ଯାହାପରେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ବଢିଥିଲା । ଇଣ୍ଡିଆସ ଗଟ ଲାଟେନରେ ଅତିଥି ଭାବେ ଯୋଗଦେଇଥିଲେ ରଣବୀର ଆହ୍ଲାବାଦିଆ । ଏବଂ ସେଠାରେ ଯେଉଁ କମେଣ୍ଟ ଦେଲେ ତାହାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି । ରଣବୀର ମହିଳାଙ୍କ ଉପରେ ବିବାଦୀୟ ବୟାନ ଦେଇଛନ୍ତି ଯାହା ଫଳରେ ତାଙ୍କୁ ଆକ୍ରୋଶର ଶିକାର ମଧ୍ୟ ହେବାକୁ ପଡିଛି । ଆହ୍ଲାବାଦିଆଙ୍କ ଏଭଳି ମନ୍ତବ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି । ଖାଲି ସେତିକି ନୁହେଁ ପୋଲିସ କେସ ମଧ୍ୟ ହୋଇଛି । କଥା ବଢିବା ପରେ ରଣବୀର ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଛନ୍ତି ଏବଂ କହିଛନ୍ତି କି ମୁଁ ଏପରି କମେଣ୍ଟ କରିବା ଠିକ ନଥିଲା । ଜଜମେଣ୍ଟ ଦେବା ସମୟରେ ମୁଁ ଭୁଲ କରିଛି । ତେବେ ରଣବୀର ଆହ୍ଲାବାଦିଆ କ୍ଷମା ମାଗିବା ପରେ ବି ଏହି ଘଟଣା ଥମିବାର ନାଁ ଧରୁନି ବରଂ ତାଙ୍କର ସୋସିଆଲ ମିଡିଆରୁ ଫଲୋର୍ସମାନଙ୍କ ସଂଖ୍ୟା କମୁଥିବାର ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *