ଗିରଫ ହେଲେ ସଲମାନ ଖାନଙ୍କୁ ଆଟାକ କରିଥିବା ଦୁଇ ଅଭିଯୁକ୍ତ । ବଲିଉଡ ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଦୁଇ ଜଣ ଦୁର୍ବୁତ୍ତ ରବିବାର ଗୁଳି ମାଡ କରିଥିଲେ । ଏହି ଦୁଇ ଦୁର୍ବୁତ୍ତଙ୍କୁ ଗତକାଲି ବିଳମ୍ୱିତ ରାତିରେ ଗୁଜରାଟ ଭୁଜରୁ ଗିରଫ କରିଛି ମୁମ୍ୱାଇ କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ଦୁଇ ଜଣ ବିହାରର ୨୪ବର୍ଷୀୟ ବିକି ଗୁପ୍ତା ଓ ୨୧ବର୍ଷୀୟ ସାଗର ପାଲ ବୋଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ମୋଟା ଅଙ୍କର ଟଙ୍କା ନେଇ ସଲମାନ ଖାନଙ୍କ ଘର ଉପରକୁ ଗୁଳି କରିବା ପାଇଁ ଯାଇଥିଲେ ଦୁଇ ଅଭିଯୁକ୍ତ । ଉଭୟ ଅଭିଯୁକ୍ତ ଫେରାର ହେବା ବେଳକୁ ସିସିଟିଭି ତାଙ୍କୁ କଏଦ କରିଥିଲା । ସିସିଟିଭି ଜରିଆରେ ଉଭୟଙ୍କୁ ଗିରଫ କରିଛି ପୋଲିସ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025