ଗୀତ ମାଧ୍ୟମରେ ପାଠ ପଢାଉଛନ୍ତି ଭଦ୍ରକ ବାସୁଦେବପୁରର ଶିକ୍ଷକ ଦ୍ୱୀପକ କୁମାର ଦାସ । ଗୀତ ଗାଇବା ସହ ସହଜ ଓ ସରଳ ଉପାୟରେ ପିଲାଙ୍କୁ ପାଠ ପଢାଉଛନ୍ତି । ପିଲାମାନେ କିପରି ପାଠଟିକୁ ବୁଝିବା ସହିତ ମନେ ରଖିପାରିବେ ସେଭଳି ସରଳ ଉପାୟରେ ଗୀତ ମାଧ୍ୟମରେ ସେମାନଙ୍କୁ ଶିକ୍ଷାଦାନ କରୁଛନ୍ତି । ସପ୍ତମରୁ ଦଶମ ପଯ୍ୟନ୍ତ ପ୍ରାୟ ୧୫୦ ଜଣ ପିଲାଙ୍କୁ ଏକ ଟିଣ ଛପର ଘରେ ଏକାଠି ବସାଇ ଶିକ୍ଷାଦାନ କରୁଛନ୍ତି । ସେ ଏକ ଗରିବ ଘରୁ ଆସିଥିବାରୁ ନିଜେ ପାଠପଢିବା ସହ ଗରିବ ପିଲାଙ୍କ ଭବିଷ୍ୟତ ଗଢିବା ପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି । ପିଲାମାନଙ୍କୁ କଷ୍ଟ ହେଉଥିବା ଗଣିତ, ବିଜ୍ଞାନ, ଭୁଗୋଳ ଓ ଇତିହାସକୁ ପିଲାମାନେ କିପରି ସହଜରେ ମନେରଖିପାରିବେ ସେଥିପାଇଁ ବିଷୟକୁ ନେଇ ଗୀତ ପ୍ରସ୍ତୁତ କରୁଛନ୍ତି । ଏବଂ ସେହି ଗୀତ ମାଧ୍ୟମରେ ପିଲାମାନଙ୍କୁ ବୁଝାଉଛନ୍ତି । ଏପରିକି ପିଲାଙ୍କୁ ବିଷୟ ସମ୍ପର୍କରେ ବୁଝାଇବା ପାଇଁ ନୂଆ ନୂଆ ଉପାୟ ମଧ୍ୟ ଆପଣାଉଛନ୍ତି । ଗୀତ, ଗପ, କବିତା ମାଧ୍ୟମରେ ସେ ପିଲାମାନଙ୍କୁ ସହଜରେ ବିଷୟଟିକୁ ବୁଝାଉଛନ୍ତି । ଏବଂ ପିଲାମାନେ ମଧ୍ୟ ଏହି ନିଆରା କୌଶଳରେ ପ୍ରଭାବିତ ହୋଇ ପାଠଟିକୁ ମନେରଖୁଥିବା ଦେଖିବାକୁ ମିଳିଛି ।

You can share this post!
author
Related Articles
ଦେଶର ପୁଣ୍ୟପୂଜ୍ୟଙ୍କୁ ଅପମାନ
- February 6, 2024
ବାବା ସାଜିଛି ଯୌନ ରାକ୍ଷାସ
- January 12, 2024