ଗୁଗଲ୍ ପ୍ଲେ ଷ୍ଟୋରରୁ ହଟିଲା ୧୦ ନାମୀଦାମୀ ଭାରତୀୟ ଆପ୍‌

ଗୁଗଲ୍ ପ୍ଲେ ଷ୍ଟୋରରୁ ହଟିଲା ୧୦ ନାମୀଦାମୀ ଭାରତୀୟ ଆପ୍‌

ଗୁଗଲ୍ ପ୍ଲେ ଷ୍ଟୋରରୁ ହଟିଲା ୧୦ ନାମୀଦାମୀ ଭାରତୀୟ ଆପ୍ । ସର୍ଭିସ୍ ଫି କୁ ନେଇ ଗୁଗଲ୍ ପ୍ଲେ ଷ୍ଟୋରରୁ ଏହି ଆପ୍ ଗୁଡିକୁ ହଟାଇ ଦିଆଯାଇଛି । ଗତକାଲିଠାରୁ ଗୁଗଲ୍ ଭାରତର ପ୍ଲେ ଷ୍ଟୋରରୁ ଲୋକପ୍ରିୟ ମ୍ୟାଟ୍ରିମୋନି ଆପ୍ ସମେତ କିଛି ଆପ୍ ବ୍ୟାନ କରିବା ଆରମ୍ଭ କରିଦେଇଛି । ଗୁଗଲର କହିବା ଅନୁଯାୟୀ, ଭାରତୀୟ ବହୁ ପ୍ରତିଷ୍ଠିତ ୧୦ ଟି କମ୍ପାନୀ ଗୁଗଲ୍ ପ୍ଲାଟଫର୍ମରୁ ଲାଭ ପାଇବା ସତ୍ତ୍ୱେ ସର୍ଭିସ ଫି ଦେଇନଥିବାରୁ ତାଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି। ଗୁଗଲ୍ ପକ୍ଷରୁ ସମସ୍ତ ଆପ୍ ଗୁଡ଼ିକ ନାଁ ପ୍ରକାଶ କରାନଯାଇଥିଲେ ମଧ୍ୟ ମାଟ୍ରିମୋନିଆଲ୍ ଆପ୍ ଯେମିତି ଝଷବବୟସ, ଗବଗ୍ଧକ୍ସସଜ୍ଞକ୍ଟଦ୍ଭଚ୍ଚ.ମକ୍ଟଜ୍ଞ ଏବଂ ଈଷବକ୍ସବଗ୍ଧ ଗବଗ୍ଧକ୍ସସଜ୍ଞକ୍ଟଦ୍ଭଚ୍ଚ ଗୁଡ଼ିକୁ ପ୍ଲେ ଷ୍ଟୋର୍ରୁ ଅପସାରଣ କରାଯାଇଛି। ଏହାଛଡ଼ା ବାଲାଜୀ ଟେଲିଫିଲ୍ମସ୍ର ଇଖଞଈବକ୍ଷବହସ, ସଙ୍ଗୀତ ଆପ୍ କଙ୍କଳଙ୍କ ୠଗ, ଡେଟିଂ ଆପ୍ ଛଙ୍କବମଳ ଛଙ୍କବମଳ, ଚାକିରି ଆପ୍ ଘବଙ୍କଳକ୍ସସ.ଉକ୍ଟଜ୍ଞ ଆଦି ପ୍ଲେ ଷ୍ଟୋର୍ରେ ଦେଖିବାକୁ ମିଳୁନି। ତେବେ ଗୁଗୁଲ୍ ଓ ଭାରତୀୟ କମ୍ପାନୀ ମଧ୍ୟରେ ବିବାଦ ସର୍ଭିସ ଫି ବୃଦ୍ଧିକୁ ନେଇ ହୋଇଥିଲା। ଗୁଗୁଲ ସର୍ଭିସ ଫି ୧୧ ପ୍ରତିଶତରୁ ୨୬ ପ୍ରତିଶତକୁ ବୃଦ୍ଧି କରିବାରୁ ବିବାଦ ସୃଷ୍ଟି ହୋଇଥିଲା। କମ୍ପାନୀଗୁଡିକର କାର୍ଯ୍ୟନିର୍ବାହୀମାନେ କହିଛନ୍ତି, ଏହା ଉପରେ ସମୀକ୍ଷା ଚାଲିଛି। ପରବର୍ତ୍ତୀ ପଦକ୍ଷେପ ବାବଦରେ ବିଚାର କରଯାଉଛି।

author

Related Articles

Leave a Reply

Your email address will not be published. Required fields are marked *