ଗୁଜୁରାଟର ରାଜଧାନୀ ସୁରଟକୁ ଡାଇମଣ୍ଡ ର ସହର କୁହାଯାଏ । ହୀରାର ନଗରୀ ହେବା ଯୋଗୁଁ ଗୁଜୁରାଟର ମହିଧରାପୁର ଓ ବରଛା ଇଲାକାରେ ପରିବା ମଣ୍ଡି ପରି ହୀରା ମଣ୍ଡି ମଧ୍ୟ ଲାଗିଥାଏ । ରାସ୍ତା କଡରେ ହୀରା କିଣାବିକା ମଧ୍ୟ ଚାଲିଥାଏ । ବରାଛା ଅଞ୍ଚଳରେ ମିନି ବଜାର ଡାଇମଣ୍ଡ ମାର୍କେଟ କୁହାଯାଉଥିବା ଏହାର ରାସ୍ତାରେ ବିଛେଇ ହୋଇ ପଡିଥିଲା ହୀରାଖଣ୍ଡ । ହଠାତ୍ ମାର୍କେଟରେ ଏହା ବିଷୟରେ ପ୍ରଚାର ହୋଇଗଲା । ସବୁକାମ ଛାଡି ସମସ୍ତେ ଦୌଡି ଆସିଲେ ରାସ୍ତାକୁ ହୀରା ଗୋଟାଇବାକୁ । ଆହୁରି ମଧ୍ୟ କିଛି ଲୋକ ଭିଡିଓ କରିବାରେ ଲାଗିପଡିଥିଲେ । କାହା ହାତରେ ହୀରାରେ ଭର୍ତ୍ତି ତ କାହାର ହାତ ଖାଲି । ଅନେକ ସମୟ ଧରି ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହୀରା ଗୋଟାଇବା ପରେ ଜଣାପଡିଲା ଯେ ସେ ହୀରା ସବୁ ନକଲି ଅଟେ । ଏହା କୌଣସି ଖଣିର ହୀରା ନୁହେଁ ବରଂ ଏସବୁ ଆମେରିକାନ ହୀରା ଯାହା ଏତେ ବି ମୂଲ୍ୟବାନ ନୁହେଁ ।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025