ଗୁଜୁରାଟ ଟାଇଟନ୍ସର ନେତୃତ୍ୱନେବେ ଗିଲ | ଆଇପିଏଲର ଆଗାମୀ ସିଜିନରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହେବେ ଶୁଭମନ ଗିଲ | ହାର୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଂଡିଆନ୍ସକୁ ଯିବା ପରେ ଶୁଭମନ ଗିଲମକୁ ଏହି ଦାୟିତ୍ୱ ମିଳିଛି | ଖବର ଅନୁଯାୟୀ ଆଇପିଏଲ ୨୦୧୪ ସିଜିନ ଟିମର ଲିଡ଼ ନେବେ ଶୁଭମନ ଗିଲ | ୨୦୧୪ ସିଜିନ୍ରୁ ଆଇପିଏଲ ପାଇଁ ସଜବାଜ ହେଲାଣି ସମସ୍ତ ପ୍ରାଞ୍ଚାଇଜ | ଏହି କ୍ରମରେ ଶନିବାର ଦିନ ଧାର୍ଯ୍ୟ ତାରିଖ ଅନୁସାରେ ସମସ୍ତ ପ୍ରାଞ୍ଚାଇଜ ନିଜ ଖେଳାଳିଙ୍କ ରିଟନ ଏବଂ ରିଲିଜ ତାଲିକା ପ୍ରକାଶ କରିଛନ୍ତି | ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ଗୁଜୁରାଟ ଟାଇଟନ୍ସ ଅଧିନାୟକ ଭାବେ ରିଟେନ କରିଥିଲା କିନ୍ତୁ ହାର୍ଦ୍ଧିକ ଗୁଜୁରାଟ ଟାଇଟନ୍ସକୁ ବାଏ ବାଏ କରି ମୁମ୍ବାଇ ଇଂଡିଆନ୍ସକୁ ଯିବାକୁ ନିଷ୍ପତି ନେଇଛନ୍ତି | ତେଣୁ ହାର୍ଦ୍ଧିକ ଗୁଜୁରାଟ ଟାଇଟନ୍ସ ଛାଡିବା ପରେ ଅଧିନାୟକ ପାଦ ଖାଲି ରହିଥିଲା | ତେଣୁ ତାଙ୍କ ବଦଳରେ କିଏ ଅଧିନାୟକ ହେବ ସେ ନେଇ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଗୁଜୁରାଟ ଟାଇଟନ୍ସ ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଶୁଭମନ ଗିଲ ଉପରେ ଭରସା କରିଛି ପ୍ରାଞ୍ଚାଇଜ | ଆଗାମୀ ସିଜିନ୍ରୁ ଗୁଜୁରାଟ ଟାଇଟନ୍ସ ଅଧିନାୟକ ଭରା ସମ୍ଭାଳିବା ନେଇ ଗୁଜୁରାଟ ଟାଇଟନ୍ସର ଅଫିସିଆଲ X (ଟ୍ୱିଟର ) ଆକାଉଣ୍ଟରେ ସେୟାର ହୋଇଛି |

You can share this post!
author