ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ୟାମୀ ଗୌତମ। ତାଙ୍କ ଘରକୁ ଆସିବେ କୁନି ସଦସ୍ୟ। ବିବାହର ତିନି ବର୍ଷ ପରେ ସେ ମା’ ହେବାକୁ ଯାଉଛନ୍ତି । ଅପକମିଂ ଫିଲ୍ମ ‘ଆର୍ଟିକଲ-୩୭୦’ର ଟ୍ରେଲର ଲଞ୍ଚ ବେଳେ ନିର୍ଦ୍ଦେଶକ ଆଦିତ୍ୟ ଧର୍ ଓ ୟାମୀ ମିଶି ଏହି ଗୁଡ୍ ନ୍ୟୁଜ୍ ଦେଇଛନ୍ତି। ନିଜ ପ୍ରେଗ୍ନେସିକୁ ନେଇ ୟାମୀ ବେଶ୍ ଉତ୍ସାହିତ ଥିବା ସହ ଖୁସି ମଧ୍ୟ ଅଛନ୍ତି। ସେ ସାଢ଼େ ୫ ମାସର ଗର୍ଭବତୀ ଥିବା ଆଦିତ୍ୟ ଧର କହିଛନ୍ତି। କେବଳ ସେତିକି ନୁହେଁ ଗର୍ଭବତୀ ଥିବା ସମୟରେ କିଭଳି ସେ ଫିଲ୍ମ ସୁଟିଂ କରୁଥିଲେ ସେ ନେଇ ମଧ୍ୟ ଟ୍ରେଲର ଲଞ୍ଚ ଇଭେଣ୍ଟରେ ବଖାଣିଛନ୍ତି ୟାମୀ। ଆସନ୍ତା ମେ’ ମାସରେ ୟାମୀ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେବେ। ୟାମୀ ଗର୍ଭବତୀ ଥିବା ଖବରକୁ ବେଶ୍ ପ୍ରାଇଭେଟ ରଖିଥିଲେ। ଏପରିକି ସେ ନିଜ ପରିବାରକୁ ମଧ୍ୟ ଏହି ଖୁସି ଖବର ଜଣାଇନଥିଲେ। ଏବେ କିନ୍ତୁ ଫିଲ୍ମର ଟ୍ରେଲର୍ ଲଞ୍ଚ ଇଭେଣ୍ଟରେ ସେ ନିଜ ଫ୍ୟାନ୍ମାନଙ୍କୁ ସରପ୍ରାଇଜ ଦେବା ସହ ସମସ୍ତଙ୍କୁ ଗୁଡ୍ ନ୍ୟୁଜ ବିଷୟରେ ଜଣାଇ ଚକିତ କରି ଦେଇଛନ୍ତି।

You can share this post!
author
Related Articles
ମୁହଁର ସୌନ୍ଦର୍ଯ୍ୟ ବଢାଏ ଡାଲଚିନି…
- June 3, 2025
ଚୁଟିରେ ଲଗାନ୍ତୁ ଏହି ୫ଟି ତେଲ…
- June 2, 2025