ଗୁପଚୁପ ଖାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ କହିଲେ ୱାନ ମୋର ପ୍ଲିଜ୍ । ନିକଟରେ ନବୀନ ଏକ ଗୁପଚୁପ ଷ୍ଟଲକୁ ଯାଇ ଗୁପଚୁପ ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ନବୀନଙ୍କ ଗୁପଚୁପ ଖିଆ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ତେବେ ପୂର୍ବରୁ ମଧ୍ୟ ନବୀନ କିଛି ଫୁଡ୍ ଟେଷ୍ଟ କରୁଥିବା ଦେଖିବାକୁ ମିଳିଛି । କେତେବେଳେ ପଖାଳ ଖାଉଥିବାର ତ ଆଉ କେତେବେଳେ ଖାଦ୍ୟ ପରଷୁଥିବାର ନଜିର ରହିଛି । ଯାହା ସବୁବେଳେ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ରହିଆସିଛି । ଆଉ ଏବେ ନବୀନଙ୍କ ଗୁପଚୁପ ଖିଆ ମଧ୍ୟ ଚାରିଆଡେ ଭାଇରାଲ ହେଉଛି ।

You can share this post!
author