ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଗୁରୁତର । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବରଗଡ଼ର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନନ୍ତରିତ କରଯାଇଛି । କିଛି ମାସ ଧରି ଭଟଲି ବିଧାୟକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିଲା । ତାଙ୍କର ଲଙ୍ଗସ ଏବଂ ଖାଦ୍ୟନଳୀରେ ଅସୁବିଧା ଥିବାରୁ ସେ ଚିକିତ୍ସିତ ହେଉଥିଲେ..ଏପରିକି ସେ ରାଜ୍ୟ ବାହାରକୁ ମଧ୍ୟ ଚିକିତ୍ସା ପାଇଁ ଯାଇଥିଲା । ଏହି ୫ ଦିନ ହେବ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ଅବସ୍ଥା ଗୁରତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୁଶାନ୍ତଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି । ସୁଶାନ୍ତ ସିଂ ପଶ୍ଚିମ ଓଡ଼ିଶାରେ ବିଜେଡିର ଜଣେ ଟାଣୁଆ ନେତା । ଭଟିଲ ବିଧାନସଭା ଆସନରୁ ସେ ତିନିଥର ବିଧାୟକ ହୋଇଥିଲେ । ହେଲେ ଏଥର ସେ ବିଜେପି ପାର୍ଥି ଇରାଶିଶ ଆଚାର୍ଯ୍ୟଙ୍କଠୁ ପରାଜୟ ବରଣ କରିଥିଲେ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବାପରେ ତାଙ୍କୁ ଦେଖି ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ଆସିଥିଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

You can share this post!
author