ଆରମ୍ଭ ହେଲା ଘମାଘୋଟ ଲଢ଼େଇ . ଗୁଳି ଶବ୍ଦରେ ପ୍ରକମ୍ପିତ ହେଲା ଜଙ୍ଗଲ . ଯବାନଙ୍କ ଗୁଳିରେ ୨୨ଜଣ ମାଓବାଦୀ ନିହତ . କାରେଗେଟା ଜଙ୍ଗଲରୁ ୨୫୦ଟି ଲ୍ୟାଣ୍ଡମାଇନ ଉଦ୍ଧାର .ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାନ୍ତବର୍ତିୀ କାରେଗଟା ଜଙ୍ଗଲରେ ଗତ ୧୬ ଦିନ ହେବ ମାଓ ଅପରେସନ ଜୋରଦାର ଚାଲିଛି .ତେବେ ଏହାରି ଭିତରେ ଗତକାଲି ରାତିଠାରୁ ଜଙ୍ଗଲରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି .ଏହି ଗୁଳିବିନିମୟରେ ୨୨ଜଣ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି . ବତର୍ମାନ ମାଓ ଦମନରେ ନିର୍ଣ୍ଣାୟକ ମୋଡରେ ରହିଛନ୍ତି ଯବାନ . ଛତିଶଗଡ଼ ସରକାରଙ୍କ ସମତେ ପୋଲିସ ବିଭାଗ ଓ ସିଆରପିଏଫର ଉଚ୍ଚ ପଦାଧିକାରୀମାନେ ଏହି ଘଟଣା ଉପରେ ନଜର ରଖିଥିବା କହିଛନ୍ତି . ଗତ କିଛି ଦିନ ମଧ୍ୟରେ କାରେଗେଟା ଜଙ୍ଗଲରୁ ୨୫୦ ଟି ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି .
ସେହିପରି ନିକଟରେ ତେଲଙ୍ଗାନା ଛତିଶଗଡ଼ ସୀମାନ୍ତରେ ଥିବା ବିଜାପୁର ଜିଲ୍ଲାର କାରେଗଟା ଜଙ୍ଗଲରେ ଅପରେସନ କାଗର ଚାଲିଥିବା ବେଳେ ଯବାନ କରେଗଟ୍ଟାର ୧୫୦ କିଲୋମିଟର ପାହାଡକୁ ନିଜ କବଜାକୁ ନେବାରେ ସଫଳ ହୋଇଥିଲେ . ପ୍ରାୟ ୧୦ ହଜାର ଯବାନ ଏହି ଜଙ୍ଗଲକୁ ଘେରି ରହିଥିଲେ .. ସମସ୍ତ ଟପ କ୍ୟାଡର ନକ୍ସଲ ଏହି କରେଗଟ୍ଟା ଜଙ୍ଗଲରେ ହିଁ ଲୁଚି ରହିଥିବା ଯବାନ ସୂଚନା ପାଇବା ପରେ ବଡ ଅପରେସନକୁ ଆରମ୍ଭ କରାଯାଇଥିଲା .ତେବେ ଓଡ଼ିଶା ପୋଲି ମହାନିର୍ଦ୍ଧେଶକଙ୍କ ନିର୍ଦ୍ଦେଶରେ ନକ୍ସଲ ବିରୋଧୀ ଅଭିଯାନ ଜାରି ରହିଥିବା ବେଳେ ପୂର୍ବରୁ ବୈାଦ୍ଧ ମାତାକୁପା ଜଙ୍ଗଳରେ ନକ୍ସଲମାନଙ୍କର ଡମ୍ଫ ଠାବ ହେବା ସମୟରେ ମାଓ ସାକଗ୍ରୀ ଜବତ ହୋଇଥିଲା .