ବିଧାନସଭାରେ ପାଣ୍ଡିଆନ .ଗର୍ଜିଲେ ବିଜେପି ନେତା ଜୟନାରାୟଣ ମିଶ୍ର . ଉଠିଲା ପଡ଼ିଲା ଗୃହ . କେହି କିଛି ଭାବିବା ଆଗରୁ ସମସ୍ତେ ସବ୍ଧ ହୋଇଗଲେ . ଓଡ଼ିଶା ରାଜନୀତି ନବୀନ ଆଉ ପାଣ୍ଡିଆନ ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି . ତେବେ ପୁଣି ଗୃହରେ ପାଣ୍ଡିଆନ ନୁହେଁ ପାଣ୍ଡିଆଙ୍କ ତାତି ଦେଖିବାକୁ ମିଳିଛି . ଏବେ ବିଜେଡ଼ିରେ ଚାଲିଛି ପାଣ୍ଡିଆନଙ୍କ ରାଜ .ଦଳରେ ନାହିଁନ୍ତି କିନ୍ତୁ ବିଧାନସଭାରେ ଚାଲୁଛି ପାଣ୍ଡିଆନଙ୍କ ରାଜ ଏକ କଥା ଆମେ କହୁ ନାହୁ .ଏହିକଥା କହିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର . ବିଧାନସଭାରେ ସେ କହିଛନ୍ତି ଏବେ ବି ବିଜେଡ଼ିରେ ଚାଲିଛିପାଣ୍ଡିଆନଙ୍କ ରାଜ. ପାଣ୍ଡିଆନଙ୍କ କଥାରେ ଗୃହକୁ ଚଲାଇ ଦେଉନି ବିଜେଡ଼ି.
ତେବେ ଏହିଟା କିଛି ନୂଆ କଥା ନୁୁହେଁ ଯେ ଶାସକ ବିରୋଧୀ ଦଳ କୌଣସି ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି . ରାଜନୀତିରେ ଏପରି ଚାଲିଥାଏ . ତେବେ ପୁଣି ଥରେ ବିଧାନସଭା ଅଚଳ କରାଯିବାକୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡ଼ି ମୁହାଁମୁହିଁ ହୋଇଛନ୍ତି . ପଏଂଟ ଅଫ ଅର୍ଡର ନେଇ ଗୃହରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର . ତେବେ ତାଙ୍କ କହିବା ଅନୁସାରେ ପାଣ୍ଡିଆନ ଗୃହକୁ ଚଲାଇ ଦେଉନାହାଁନ୍ତି .
ତେବେ ବିଜେଡ଼ି ଚାଷୀଙ୍କ ପ୍ରସଙ୍ଗରେ ମୁଲତବୀ ଆଣିଥିଲେ .ସରକାର ମଧ୍ୟ ଆଲୋଚନା ପାଇଁ ରାଜି ଥିଲେ .କିନ୍ତୁ କଣ ପାଇଁ କାଲିଠାରୁ ଆଜି ଯାଏ ଗୃହକୁ ମୁଲତବୀ କରାଯାଇଛି . ଲବିରେ କିଛି ବିଜେଡ଼ି ବିଧୟକଙ୍କ ସହ ଆଲୋଚନା କରୁଥିଲେ ସେମାନେ କହିଲେ ପାଣ୍ଡିଆନ କହିଲା ବୋଲି ଆମେ ଏମିତି କଲୁ .ଏ ଗୃହକୁ କଣ ପାଣ୍ଡିଆନ ଚଲେଇବେ ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ