ଖାଦ୍ୟ,ବସ୍ତ୍ର ଓ ବାସଗୃହ ପରି ମୋବାଇଲ ଇଣ୍ଟରନେଟ ମଧ୍ୟ ସାଧାରଣ ମନୁଷ୍ୟ ଜୀବନରେ ଅତ୍ୟାବଶ୍ୟକ ଜିନିଷ ଅଟେ । ରାଜ୍ୟରେ ଇଣ୍ଟରନେଟ ସେବାକୁ ନେଇ ଉତ୍ତର ରଖିଲେ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବର୍ତ୍ତମାନ ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ଅଛି ସେଥିରୁ ୧୨ ହଜାର ୬୦୨ଟି 5G ଟାୱାର ଅଛି । ଅଧିକ 5G ଟାୱାର ଅପଗ୍ରେଡ଼ କରାଯାଉଛି । ୨୦୨୫ ମାର୍ଚ ସୁଦ୍ଧା ଅନକନେକ୍ଟେଡ୍ ଗାଁକୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି । ଇଣ୍ଟେରନେଟ ସମସ୍ୟା ଦୂର କରିବାକୁ ଜିଲ୍ଲା ଏଡିଏମଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ ହୋଇଛି । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଖୁବଶୀଘ୍ର ଗାଁ ମାନଙ୍କରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ ।

You can share this post!
author