ଗୃହରେ ମୁହାଁମୁହିଁ ଟଙ୍କଧର –ଗଣେଷ !

ଗୃହରେ ମୁହାଁମୁହିଁ ଟଙ୍କଧର –ଗଣେଷ !

ବିଧାନସଭାରେ ମୁହାଁ ମୁହିଁ ହେଲେ ବିଜେପି ବିଧାୟକ ମନ୍ତ୍ରୀ .ନବୀନ ଯାହାକରିଥିଲେ ମୋହନ ତାହା କରୁଛନ୍ତି .ପ୍ରତିଶୃତି ଉପରେ ପ୍ରତିଶୃତି . ତେବେ ରାଜ୍ୟରେ ସରକାର ଆସିବ ଯିବ . କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ହେବା ନିହାତି ଦରକାର . କାରଣ ଲୋକଙ୍କ ପାଇଁ ସରକାର . କିନ୍ତୁ ନବୀନ ଯାହା କରିଥିଲେ ସେଇୟା ତା ଠାରୁ ଅଧିକ କିଛି ମୋହନ କରିନାହାଁନ୍ତି ବୋଲି ଲୋକେ କହୁଛନ୍ତି . ଆମେ କହୁଛୁ ଦାଦନ ଶ୍ରମିକଙ୍କ କଥା .ଯେଉଁମାନେ ନିଜ ଘର ଦ୍ୱାର ଛାଡ଼ି ଅନ୍ୟ ରାଜ୍ୟକୁ ଖଟିବାକୁ ଯାଉଛନ୍ତିି . ନବୀନଙ୍କ ସରକାର ସମୟରେ ବି ରାଜ୍ୟକୁ ହଜାର ହଜାର ଦାଦନ ଶ୍ରମିକ ବାହାର କୁ ଖଟିବାକୁ ଯାଉଥିଲେ ଏବେ ବି ଯାଉଛନ୍ତି . ଏଥିରେ କିଛି ପରିବର୍ତନ ହୋଇନାହିଁ .ସରକାର ବାରମ୍ବାଇ ରାଜ୍ୟରେ ଏହାର ସମାଧାନ ପାଇଁ ପ୍ରତିଶୃତି ଦେଉଥିଲେ ମଧ୍ୟ .ତାହା ପୂରଣ ହୋଇନାହିଁ . ପ୍ରତିଶୃତି ପ୍ରତିଶୃତି ହୋଇ ରହିଯାଇଛି . ଯାହାକୁ ନେଇ ବିଧାନସଭାରେ ମଧ୍ୟ ଝଡ଼ ଦେଖିବାକୁ ମିଳିଛି .

ତେବେ ବିଗତ ୧୦ ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ୪୦୩ ଜଣ ପ୍ରାଣ ହରାଇଛନ୍ତି.ସର୍ବଧିକ ଗଞାମ ଜିଲ୍ଲାରୁ ୫୯ ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ ଓ ବଲାଙ୍ଗୀର ଜିଲ୍ଲାରୁ ୩୫ ଜଣ ପ୍ରାଣ ହାଇଛନ୍ତି .ବିଧାନସଭାରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଶ୍ରମ ମନ୍ତ୍ରୀ ଗଣେଷ ରାମ ସିଂ ଖୁଂଟିଆଙ୍କ ଉତର ଦେବାକୁ ଯାଇକହିଥିଲେ . ଓଡିଶାରେ ଦାଦନ ସମସ୍ୟାର ସମାଧାନ ନିମନ୍ତେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଅଧକ୍ଷତାରେ ଏକ ଅକ୍ଟୋବର ୨୦୨୪ ରେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି .ଯାହାକି ପଂଚାୟତିରାଚ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ କାର୍ଯ୍ୟ କରୁଅଛି ବୋଲି କହିଥିଲେ ମନ୍ତ୍ରୀ.

ସେହିପରି ରାଜ୍ୟରେ ୧୪ ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ବରଗଡ଼ ,କଳାହାଣ୍ଡି ,ବଲାଙ୍ଗୀର ,ନୂଆପଡ଼ା ,ସୁବର୍ଣ୍ଣପୁର,ଖୋର୍ଦ୍ଧା ,କେନ୍ଦ୍ରାପଡ଼ା,ପୁରୀ,ଗଞାମ ,ଗଜପତି ,ରାୟଗଡ଼ା,କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ହେଉଛି ଦାଦନ ପ୍ରବଣ ଜିଲ୍ଲା . ୨୦୧୧ ଜନ ଗଣନା ଅନୁସାରେ ଲୋକଙ୍କୁ ରାସନ କାର୍ଡ ଦିଆଯାଇଛି .

author

Related Articles

Leave a Reply

Your email address will not be published. Required fields are marked *